ଫୁଲବାଣୀରେ ରାଜ୍ୟ ସିନିୟର ଭଲିବଲ ଚାମ୍ପିଅନସିପ ଆରମ୍ଭ, ଭାଗ ନେଉଛନ୍ତି ୩୨ଟି ଟିମ୍ | News Room Odisha

ଫୁଲବାଣୀରେ ରାଜ୍ୟ ସିନିୟର ଭଲିବଲ ଚାମ୍ପିଅନସିପ ଆରମ୍ଭ, ଭାଗ ନେଉଛନ୍ତି ୩୨ଟି ଟିମ୍

ଫୁଲବାଣୀ – ଫୁଲବାଣୀ କରୋନେସନ ପଡ଼ିଆରେ ୭୦ତମ ରାଜ୍ୟ ସିନିୟର ଭଲିବଲ ଚାମ୍ପିଅନସିପ ଉଦଘାଟିତ ହୋଇଛି । ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଏହି ପ୍ରତିଯୋଗିତାରେ ୩୨ଟି ଟିମ୍ ଅଂଶଗ୍ରହଣ କରୁଛନ୍ତି। ପ୍ରତିଯୋଗିତାର କିଛି ମ୍ୟାଚ୍ ବାଲିଗୁଡା ଓ ରାଇକିଆରେ ମଧ୍ୟ ଖେଳାଯିବ। ସେହିପରି ବୌଦ୍ଧ ଠାରେ ମହିଳା ବର୍ଗର ପ୍ରତିଯୋଗିତା ଖେଳାଯିବ। ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ,ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ରାଜ୍ୟ ଭଲିବଲ୍ ମହାସଂଘର କାର୍ଯ୍ୟକାରୀ ସଭାପତି କମଳାକାନ୍ତ ପାଣ୍ଡେ, ସମ୍ପାଦକ ଗଗନେନ୍ଦୁ ଦାସ,ଡି ଏଏ ସମ୍ପାଦକ ଶିବ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ଦାରିଙ୍ଗବାଡିଠାରେ ଢ଼ାବା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ମଧ୍ୟ ଉଦଘାଟିତ ହୋଇଯାଇଛି।