ଆକ୍ରମଣରେ ଗୁରୁତର ଯବାନଙ୍କ ମୃତ୍ୟୁ, ଜଣେ ଗିରଫ | News Room Odisha

ଆକ୍ରମଣରେ ଗୁରୁତର ଯବାନଙ୍କ ମୃତ୍ୟୁ, ଜଣେ ଗିରଫ

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା କାଳିଆପଲ୍ଲୀ ଗାଁରେ ଯବାନ ଦିଲେଶ୍ବର ପାତ୍ରଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଜଣେ ଅଭିଯୁକ୍ତ ଧରାପଡିଥିବା ଗଞ୍ଜାମ ଏସପି କହିଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି। ଛତ୍ରପୁର ଏସଡିପିଓ, ଆଇଆଇସି ଓ ଚମାଖଣ୍ଡି ଆଇଆଇସି ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି। ପୂର୍ବ ଶତ୍ରୁତାରୁ ଯବାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବୁଧବାର ରାତିରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଗୁରୁତର ଯବାନ ଦିଲେଶ୍ବର ପାତ୍ରଙ୍କ ମୃତ୍ୟୁ ହୋଇଥିଲା। ଗତ ୮ବର୍ଷ ଧରି ସେ ସେନାରେ କାର୍ଯ୍ୟରତ ଥିଲେ । ଝିଅ ଜନ୍ମ ହେବା ଖବର ଶୁଣି ଛୁଟିରେ ଗାଁକୁ ଆସିଥିଲେ । ଗତ ୩ ତାରିଖରେ ଗୋପାଳପୁର ନିକଟରେ ଏକ କ୍ରିକେଟ ମ୍ୟାଚ ଦେଖି ଘରକୁ ଫେରୁଥିବା ସମୟରେ ହରିପୁର ଗାଁ ନିକଟରେ ୫ ଜଣ ଯୁବକ ତାଙ୍କୁ ଆକ୍ରମଣ କରି ଏକ ପୋଖରୀରେ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ଓ ପରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି।