ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ : ଆଜି ନୀତି ସବ୍ କମିଟି ବୈଠକ  | News Room Odisha

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ : ଆଜି ନୀତି ସବ୍ କମିଟି ବୈଠକ 

ପୁରୀ – ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବା କାର୍ଯ୍ୟକ୍ରମ ରହିଛି। ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହୋଇଯିବ ପୂଜାର୍ଚ୍ଚନା। ୧୫ ତାରିଖରୁ ତ୍ରିଦିନାତ୍ମକ ଯଜ୍ଞ କରାଯିବ । ପ୍ରତିଷ୍ଠା ଉତ୍ସବ ସୁରୁଖୁରୁରେ କିଭଳି ସମ୍ପନ୍ନ ହେବ, ସେ ନେଇ ଆଲୋଚନା କରିବାକୁ ଆଜି ଶ୍ରୀମନ୍ଦିର ନୀତି ସବ୍ କମିଟି ବୈଠକ ବସୁଛି । ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଓ ପ୍ରସ୍ତୁତି ନେଇ ବିସ୍ତୃତ ଭାବେ ଆଲୋଚନା କରାଯିବ । ବୈଠକରେ ନୀତି ସବ୍ କମିଟି ସଦସ୍ୟଙ୍କ ସମେତ ଶ୍ରୋତ୍ରୀୟ ବ୍ରାହ୍ମଣ ଓ ପୁରୋହିତମାନେ ଯୋଗ ଦେବେ ।