୩୧ ମାର୍ଚ୍ଚ ୨୦୨୪ ଯାଏଁ ପିଆଜ ରପ୍ତାନି ଉପରେ ରୋକ୍ | News Room Odisha

୩୧ ମାର୍ଚ୍ଚ ୨୦୨୪ ଯାଏଁ ପିଆଜ ରପ୍ତାନି ଉପରେ ରୋକ୍

ନୂଆଦିଲ୍ଲୀ: ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ରୋକ୍ ଲଗାଇଛନ୍ତି । ଘରୋଇ ଉପଲବ୍ଧତା ବୃଦ୍ଧି ଏବଂ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଏହି ନିଷ୍ପତ୍ତି ଅନୁଯାୟୀ ମାର୍ଚ୍ଚ ୩୧, ୨୦୨୪ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆଜି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ତରଫରୁ ଜାରି ଏକ ବିଜ୍ଞପ୍ତିରେ ଏହି ଘୋଷଣା କରାଯାଇଛି । ଦେଶରେ ସମ୍ପ୍ରତି ପିଆଜ କିଲୋଗ୍ରାମ ପିଛା ୭୦ରୁ ୮୦ରେ ବିକ୍ରି ହେଉଛି ।