ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ, ନିର୍ଦ୍ଧାରିତ ସମୟ ମଧ୍ୟରେ ସବୁ କାମ ଶେଷ ଉପରେ ଗୁରୁତ୍ବ | News Room Odisha

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ, ନିର୍ଦ୍ଧାରିତ ସମୟ ମଧ୍ୟରେ ସବୁ କାମ ଶେଷ ଉପରେ ଗୁରୁତ୍ବ

ଭୁବନେଶ୍ୱର -୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିବା ସହ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସହଜ ଓ ସୁରକ୍ଷିତ ପ୍ରବେଶ ପାଇଁ ଧାଡ଼ି ପରିଚାଳନା ଓ ଭିଡ ନିୟନ୍ତ୍ରଣ ପଦକ୍ଷେପର ସମୀକ୍ଷା କରିଛନ୍ତି। ସକାଳ ୭ରୁ ୯ଟା ଯାଏଁ କାର୍ତ୍ତିକ ପାଣ୍ଡିଆନ ପ୍ରକଳ୍ପର ବିଭିନ୍ନ ସେଗମେଣ୍ଟର ସମୀକ୍ଷା କରିଥିଲେ ୫-ଟି ଅଧ୍ୟକ୍ଷ । ଲ୍ୟାଣ୍ଡସ୍କାପିଂ କାର୍ଯ୍ୟ, ମଠ ପୁନଃରୁଦ୍ଧାର, ଶ୍ରୀ ପାର୍କିଂ ଓ ମରୀଚିକୋଟଠାରୁ ଧାଡି ପରିଚାଳନା ବ୍ୟବସ୍ଥାର ବିସ୍ତୃତ ସମୀକ୍ଷା କରିଥିଲେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ। କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିଲା । ଜଗନ୍ନାଥ ବଲ୍ଲଭ ଅଞ୍ଚଳ, ଶ୍ରୀ ମାର୍ଗ ଓ ପ୍ରମୋଦ ଉଦ୍ୟାନ ପରିଦର୍ଶନ କରି ସମସ୍ତ କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ଅଧ୍ୟକ୍ଷ । ନିର୍ଦ୍ଧାରିତ ସମୟ ମଧ୍ୟରେ ସବୁ କାମ ସରିବା ଉପରେ ଗୁରୁତ୍ବ ଦେଇଛନ୍ତି ୫-ଟି ଅଧ୍ୟକ୍ଷ । ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୀକ୍ଷା ବେଳେ ପୁରୀ ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।