ଆଜିର ଗୀତା ଉପଦେଶ : ଶୁଦ୍ଧ ଭକ୍ତି ତାହାହିଁ ଅଟେ, ଯହିଁରେ ପ୍ରତିବଦଳରେ କୌଣସି ଆଶା ନ ଥାଏ | News Room Odisha

ଆଜିର ଗୀତା ଉପଦେଶ : ଶୁଦ୍ଧ ଭକ୍ତି ତାହାହିଁ ଅଟେ, ଯହିଁରେ ପ୍ରତିବଦଳରେ କୌଣସି ଆଶା ନ ଥାଏ

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯଜ୍ଞ କିପରି କରିବାକୁ ହୁଏ ତାହା ବୁଝାଇବାକୁ ଯାଇ କହିଛନ୍ତି :-

ଅଭିସନ୍ଧାୟ ତୁ ଫଳଂ ଦମ୍ଭାର୍ଥମପି ଚୈବ ଯତ୍। ଇଜ୍ୟତେ ଭରତଶ୍ରେଷ୍ଠ ତଂ ଯଜ୍ଞଂ ବିଦ୍ଧି ରାଜସମ୍।

ଅର୍ଥାତ୍ ଯଜ୍ଞ ଯଦି ବହୁ ଆଡ଼ମ୍ବରଯୁକ୍ତ ପ୍ରଦର୍ଶନ ଭାବରେ ସମ୍ପାଦିତ ହୁଏ ଏବଂ ତା’ ପଛରେ କିଛି ସ୍ୱାର୍ଥପର ମନୋଭାବ ରହିଥାଏ; ଯଥା, “ଏହାର ପ୍ରତିବଦଳରେ ମୁଁ କ’ଣ ପାଇବି?”, ତା’ହେଲେ ସେହି ଯଜ୍ଞ ଭଗବାନଙ୍କ ସହ ଏକ ବ୍ୟାପାର ସଦୃଶ ହୋଇଯାଏ । ଶୁଦ୍ଧ ଭକ୍ତି ତାହାହିଁ ଅଟେ, ଯହିଁରେ ପ୍ରତିବଦଳରେ କୌଣସି ଆଶା ନ ଥାଏ । ଶ୍ରୀକୃଷ୍ଣ କହୁଛନ୍ତି ଯେ ଯଜ୍ଞ ଆଡମ୍ବରପୂର୍ଣ୍ଣ ଭାବରେ କରାଯାଇପାରେ, କିନ୍ତୁ ତାହା ଯଦି ପ୍ରତିଷ୍ଠା, ପଦବୀ ବୃଦ୍ଧି ଇତ୍ୟାଦି ଫଳପ୍ରାପ୍ତି ଉଦ୍ଦେଶ୍ୟରେ ହୋଇଥାଏ, ତାହେଲେ ତାହା ରାଜସିକ ଅଟେ।