ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ଦୁଇ ଶିଶୁ ମୃତ | News Room Odisha

ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ଦୁଇ ଶିଶୁ ମୃତ

ସୋନପୁର – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଂହପାଲି ଗାଁରେ ଅଘଟଣ। ଜଙ୍ଗଲରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି ଦୁଇ ଶିଶୁ । ବିଦ୍ୟୁତ ଆଘାତରେ ସେମାନଙ୍କ ଅଜା ଗୁରୁତର ଆହତ ହୋଇଛନ୍ତି । ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି।

ଧାନ ବିଲ ଜଗିବାକୁ ଅଜାଙ୍କ ଯାଇଥିଲେ ଦୁଇ ଶିଶୁ । ବିଲକୁ ଯିବା ବାଟରେ ବାରହା ମାରିବାକୁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ସମସ୍ତେ ଆସିଥିଲେ । ଦୁଇ ଶିଶୁ ପ୍ରଥମେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପରେ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଅଜା ଗୁରୁତର ଆହତ ହୋଇଥିଲେ। ଏହି ଅଞ୍ଚଳରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିଲେ ମଧ୍ୟ ବନ ବିଭାଗର ଉଦାସୀନତା ଯୋଗୁଁ ଏହା ନିୟନ୍ତ୍ରଣ ହୋଇ ପାରୁନଥିବା ଅଭିଯୋଗ ହୋଇଛି ।