ଦାଦନ ଖଟିବାକୁ ଯାଇ ନିର୍ଯ୍ୟାତନାର ଶିକାର ଦୁଇ ନାବାଳକଙ୍କ ମୃତ୍ୟୁ  | News Room Odisha

ଦାଦନ ଖଟିବାକୁ ଯାଇ ନିର୍ଯ୍ୟାତନାର ଶିକାର ଦୁଇ ନାବାଳକଙ୍କ ମୃତ୍ୟୁ 

ରାୟଗଡ଼ା – ଦାଦନ ଖଟିବାକୁ ବିଶାଖାପାଟଣା ଯାଇଥିବା ରାୟଗଡାର ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ । ତିନିମାସ ତଳେ ବିଶାଖାପାଟଣାକୁ ଦାଦନ ଖଟିବା ପାଇଁ ଯାଇଥିଲେ ମଧ୍ୟ ମାଲିକର ନିର୍ଯାତନା ଅସହ୍ୟ ହେବାରୁ କୌଶଳ କ୍ରମେ ଖସି ପଳାଇ ଆସିଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଘରେ ପହଞ୍ଚିବା ପୂର୍ବରୁ ସେମାନଙ୍କର ମୃତ୍ୟୁ ହୋଇଯାଇଛି । ଟ୍ରେନ୍‌ରେ ରାୟଗଡ଼ାରେ ପହଞ୍ଚିଲା ବେଳକୁ ଦୁଇ ନାବାଳକ ଭାଇ ଆଉ ଚାଲି ପାରୁ ନ ଥିଲେ ବୋଲି ଜଣାପଡିଛି। ସେମାନଙ୍କୁ ଆରପିଏଫ୍‌ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ବି ବଞ୍ଚିପାରିଲେ ନାହିଁ। ମୃତକ ରାୟଗଡା ଜିଏ ଟିକିରି ଥାନା ମକାପଦର ଗାଁର ବୋଲି ଜଣାପଡିଛି। ଦୁଇ ନାବାଳକ ଭାଇ ୩ ମାସ ତଳେ ଆନ୍ଧ୍ର ଯାଇଥିଲେ ।