ମହୁମାଛି ଆକ୍ରମଣ ନେଲା ଦୁଇ ଜୀବନ  | News Room Odisha

ମହୁମାଛି ଆକ୍ରମଣ ନେଲା ଦୁଇ ଜୀବନ 

କାମାକ୍ଷାନଗର – ମହୁମାଛି ଆକ୍ରମଣରେ ଜୀବନ ଗଲା ।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାଦୁଆ ଗାଁରେ ଘଟିଛି ଏହି ଘଟଣା ।ମହୁମାଛି ଆକ୍ରମଣରେ ଦୁଇ ଦିନରେ ଦୁଇ ଜଣ ପ୍ରାଣ ହରାଇଛନ୍ତି ।ହୋଇଛି। ମୃତକମାନେ ହେଲେ ଝୁମର ସେଠୀ ଓ ମାୟାଧର ଦେହୁରୀ। ସୂଚନା ଅନୁସାରେ ଗତକାଲି ରାତିରେ ମାୟାଧର ଗାଁ ପାଖ ନିଜ ଚାଷ ଜମିରୁ ଘରକୁ ଫେରୁଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ସେହିଭଳି ଆଜି ଗାଁର ଝୁମର ସେଠୀ ଗାଧୋଇ ସାରି ଘରକୁ ଫେରୁଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ତାଙ୍କୁ କାମାକ୍ଷାନଗର ମେଡିକାଲରେ ନିଆଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି।