ରାଜ୍ୟରେ ସଂପ୍ରସାରିତ ହେବ ଆଇଟି ଇକୋସିଷ୍ଟମ: ଉଦଘାଟିତ ହେଲା ଇୱାଇ ଟେକ୍ନୋଲୋଜି ହବ୍ | News Room Odisha

ରାଜ୍ୟରେ ସଂପ୍ରସାରିତ ହେବ ଆଇଟି ଇକୋସିଷ୍ଟମ: ଉଦଘାଟିତ ହେଲା ଇୱାଇ ଟେକ୍ନୋଲୋଜି ହବ୍

ଭୁବନେଶ୍ବର – ରାଜ୍ୟର ଆଇଟି ଇକୋସିଷ୍ଟମ ହେବ ଆହୁରି ମଜବୁତ । ରାଜଧାନୀରେ ଆଜି ଉଦଘାଟିତ ହୋଇଛି ଇୱାଇ ଟେକ୍ନୋଲୋଜି ହବ୍ । ରାଜ୍ୟର ଆଇଟି ଇକୋସିଷ୍ଟମକୁ ଆହୁରି ବିସ୍ତାର କରିବା ଉଦ୍ଦଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟର ଓ-ହବ୍ ରେ ଏହି ଟେକ୍ନୋଲୋଜି ହବ୍ ଉଦଘାଟନ କରିଛନ୍ତି । ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଓଡିଶାର କ୍ଲାଏଣ୍ଟ ସର୍ଭିସ ପାର୍ଟନର ମିତ୍ରଭାନୁ ଚୌଧୁରୀ, ଇୱ।ଇ ମ୍ୟାନେଜିଂ ପାର୍ଟନର ଇଷ୍ଟ ହରିଶ ଅଗ୍ରୱାଲଙ୍କ ସମେତ ଆଇଟି ବିଭାଗ ସଚିବ ମନୋଜ ମିଶ୍ର ଓ ଅନ୍ୟ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।

ଇୱାଇ ଟେକ୍ନୋଲୋଜି ସେଣ୍ଟର ଓଡିଶାରେ ଆରମ୍ଭ ହୋଇଥିବାରୁ ଟିକସ, ରଣନୀତି, କାରବାର ଏବଂ ପରାମର୍ଶ ସେବାରେ ବିଶ୍ୱସ୍ତରୀୟ ସେବା ପ୍ରଦାନ କରିବାରେ ସହାୟକ ହେବ । ଦେଶର ପଞ୍ଚଦଶ ସହର ଭାବେ ଭୁବନେଶ୍ୱରରେ ଇୱାଇ ଯୋଡି ହୋଇଛି । ଓ-ହବ୍ ରେ ୧୫ ହଜାର ବର୍ଗଫୁଟ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ଏହି ଟେକ୍ନୋଲୋଜି ହବ ଖୋଲିଛି । ଏହା ଓଡିଶା ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ କମ୍ପାନୀକୁ ଓଡିଶାର ବୈଷୟିକ ଶିକ୍ଷାଗତ ପରିବେଶରୁ ସମ୍ଭାବ୍ୟ ପ୍ରତିଭାକୁ ବ୍ୟବହାର କରିବାରେ ସକ୍ଷମ ହେବ ।