ବଢୁଛି ଶୀତ: ଓଡ଼ିଶାର କାଶ୍ମୀରରେ ପାରଦ ୪ ଡିଗ୍ରୀ ହ୍ରାସ  | News Room Odisha

ବଢୁଛି ଶୀତ: ଓଡ଼ିଶାର କାଶ୍ମୀରରେ ପାରଦ ୪ ଡିଗ୍ରୀ ହ୍ରାସ 

ଫୁଲବାଣୀ : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଯିବା ପରେ ରାଜ୍ୟରେ ଶୀତ ଲହରୀ ପୁଣି ବୃଦ୍ଧି ପାଇଛି। ଅଧିକ ଥଣ୍ଡା ଅନୁଭୂତ ହେବାରେ ଲାଗିଛି। ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡି ଠାରେ ଜାଡର ପ୍ରକୋପ ଅଧିକ ପରିଲକ୍ଷିତ ହେଉଛି। ଶନିବାର ପାରଦ ୧୪.୫ ଡିଗ୍ରୀ ସେଲସିଅସ ଥିବା ବେଳେ ରବିବାର ୧୨.୫ ଡିଗ୍ରୀକୁ ଖସିଥିଲା। ସୋମବାର ତାପମାତ୍ରା ଆହୁରି ଖସି ୧୦.୫ ଡିଗ୍ରୀ ସେଲସିଅସରେ ପହଞ୍ଚିଛି। ଚଳିତ ବର୍ଷ ଶୀତ ଋତୁର ଏହା ହେଉଛି ଏଯାବତ୍ ସର୍ବନିମ୍ନ ତାପମାତ୍ରା।

ଦୁଇ ଦିନରେ ୪ ଡିଗ୍ରୀ ସେଲସିଅସ ତାପମାତ୍ରା ହ୍ରାସ ପରେ ନିଜ ସବୁଜିମା ଓ ହିମଶୀତଳ ପରିବେଶ ପାଇଁ ପ୍ରସିଦ୍ଧ ଦାରିଙ୍ଗବାଡିକୁ ଟୁରିଷ୍ଟମାନଙ୍କ ଆଗମନ ବୃଦ୍ଧି ପାଇବା ଆଶା କରାଯାଉଛି। ମାସର ଦ୍ବିତୀୟ ଶନିବାର ସମେତ ରବିବାର ଛୁଟି ଥିବାରୁ ରାଜ୍ୟ ଓ ରାଜ୍ୟ ବାହାରର ମଧ୍ୟ ଅନେକ ପର୍ଯ୍ୟଟକ ଗତ ଦୁଇ ଦିନ ଧରି ଏଠାରେ ଭିଡ ଜମାଇଛନ୍ତି। ରାଜ୍ୟ ସରକାର ତଥା ପର୍ଯ୍ୟଟନ ବିଭାଗ ଆୟୋଜିତ ଇକୋ ରିଟ୍ରିଟରେ ମଧ୍ୟ ଆଗନ୍ତୁକଙ୍କ ସଂଖ୍ୟା ବୃଦ୍ଧି ପାଇଛି।