ବ୍ଲାକମେଲିଂ ମାମଲା : ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ | News Room Odisha

ବ୍ଲାକମେଲିଂ ମାମଲା : ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର – ଜାମିନ ମିଳିଲା ପରେ ଆଜି ଜେଲରୁ ବାହାରିଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଝାରପଡା ଜେଲରେ ୧୪ ମାସ ରହିଥିଲେ ଅର୍ଚ୍ଚନା। ତାଙ୍କୁ ନେବାକୁ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଯାଇଥିଲେ ।

ବ୍ଲାକମେଲିଂ ଅଭିଯୋଗ ସମ୍ପର୍କରେ ଅର୍ଚ୍ଚନା କହିଛନ୍ତି ଯେ, ସେ ସବୁ ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ କରିବେ । କୋର୍ଟଙ୍କ ଉପରେ ତାଙ୍କର ଭରସା ଅଛି ବୋଲି ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ କହିଛନ୍ତି ଅର୍ଚ୍ଚନା।

ବ୍ଲାକମେଲିଂ ଅଭିଯୋଗରେ ଅର୍ଚ୍ଚନା ନାଗ ୧୪ ମାସ ଜେଲରେ ଥିଲେ । ଇଡି ମାମଲାରେ ହାଇକୋର୍ଟରୁ ତାଙ୍କୁ ୭ ଦିନ ତଳେ ବେଲ୍ ମିଳିଥିଲା । ୨ଲକ୍ଷ ଟଙ୍କା ଓ ଦୁଇଜଣ ଜାମିନଦାର ବଦଳରେ ହାଇକୋର୍ଟ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ପୂର୍ବରୁ ଏ ସମ୍ପର୍କିତ ଅନ୍ୟ ଦୁଇ ମାମଲାରେ ବି ଜାମିନ ପାଇଥିଲେ ଅର୍ଚ୍ଚନା।