ବିଦ୍ୟୁତ ଖୁଣ୍ଟରେ ପିଟି ହେଲା କାର୍, ୨ ମୃତ, ୨ ଆହତ | News Room Odisha

ବିଦ୍ୟୁତ ଖୁଣ୍ଟରେ ପିଟି ହେଲା କାର୍, ୨ ମୃତ, ୨ ଆହତ

ଭଦ୍ରକ -ସକାଳୁ ସକାଳୁ ସଡ଼କ ଦୁର୍ଘଟଣା । ଭଦ୍ରକ ସହର ରାଣୀତାଲ ଛକ ନିକଟରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଭାରସାମ୍ୟ ହରାଇ କାରଟି ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ଦୁଇ କାର୍ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଆଉ ଦୁଇ କାର୍ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। କାରଟି ପଶ୍ଚିମବଙ୍ଗରୁ ଭୁବନେଶ୍ୱରକୁ ଆସୁଥିଲା ।