ରାଜସ୍ଥାନରେ ବି ବିଜେପିର ସରପ୍ରାଇଜ : ଭଜନଲାଲ ଶର୍ମା ହେବେ ନୂଆ ମୁଖ୍ୟମନ୍ତ୍ରୀ | News Room Odisha

ରାଜସ୍ଥାନରେ ବି ବିଜେପିର ସରପ୍ରାଇଜ : ଭଜନଲାଲ ଶର୍ମା ହେବେ ନୂଆ ମୁଖ୍ୟମନ୍ତ୍ରୀ

ଜୟପୁର – ଆଉ ଏକ ନୂଆ ଚେହେରା ଉପରେ ବିଜେପି ଶୀର୍ଷ ନେତୃବୃନ୍ଦଙ୍କ ଭରସା । ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ପରି ରାଜସ୍ଥାନରେ ବି ବିଜେପିର ସରପ୍ରାଇଜ । ପ୍ରଥମ ଥର ବିଧାୟକ ହୋଇଥିବା ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ। ଆଜି ଜୟପୁରରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଭଜନଲାଲ ଶର୍ମାଙ୍କୁ ନେତା ନିର୍ବାଚିତ କରାଯାଇଛି। ରାଜସ୍ଥାନ ବିଜେପିରେ ଜଣେ ଦକ୍ଷ ସଙ୍ଗଠକ ଭାବେ ଜଣାଶୁଣା ଭଜନଲାଲ ଶର୍ମା ସାଙ୍ଗନେର ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି । ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଭଜନଲାଲ ଶର୍ମାଙ୍କୁ ନବ ନିର୍ବାଚିତ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା। ଭଜନଲାଲ ଶର୍ମା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟତମ ଭାବେ ଜଣାଶୁଣା।