ରେଙ୍ଗାଲି ଜଙ୍ଗଲରେ ଖୋଲା ବୋରୱେଲରେ ପଡିଛି ନବଜାତକ, ଉଦ୍ଧାର  | News Room Odisha

ରେଙ୍ଗାଲି ଜଙ୍ଗଲରେ ଖୋଲା ବୋରୱେଲରେ ପଡିଛି ନବଜାତକ, ଉଦ୍ଧାର 

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ନିକଟସ୍ଥ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲରେ କେହି ଏକ ନବଜାତକ ଶିଶୁକୁ ଫିଙ୍ଗି ଦେଇଥିବା ଜଣାପଡିଛି। ଏହାକୁ ଉଦ୍ଧାର କରିବାକୁ ସ୍ବତନ୍ତ୍ର ଅପରେସନ ଜାରି ରହିଛି।

ଲାରିପାଲି ଜଂଗଲକୁ କିଛି ସ୍ଥାନୀୟ ଲୋକେ ଯାଇଥିବା ବେଳେ ସେଠାରେ ଏକ ନବଜାତକର କ୍ରନ୍ଦନ ସ୍ବର ଶୁଭିଥିଲା। ଖୋଜାଖୋଜି କରିବା ପରେ ଏକ ପରିତ୍ୟକ୍ତ ଖୋଲା ବୋରୱେଲରୁ ଏହି ସ୍ବର ଆସୁଥିବା ଜାଣିବାକୁ ପାଇଥିଲେ। ପୁଲିସକୁ ସୂଚନା ଦେବା ପରେ ଅଗ୍ନିଶମ ବାହିନୀ ସହାୟତାରେ ଆଜି ମଧ୍ୟାହ୍ନରୁ ଉଦ୍ଧାର କାର୍ଯ୍ଯ ଆରମ୍ଭ ହୋଇଛି। ଶିଶୁଟି ଲୁହାର କେସିଙ୍ଗ ପାଇପର ୧୫ ଫୁଟ ତଳେ ପଡିଥିବା ବେଳେ ତାକୁ ଉଦ୍ଧାର ପାଇଁ ନିକଟରେ ଏକ ସମାନ୍ତରାଳ ଗାତ ଖନନ ଜାରି ରହିଛି। ସେପଟେ ବୋରୱେଲ ଭିତରୁ ଅକ୍ସିଜେନ ମଧ୍ଯ ପଠାଯାଇଛି। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି।