ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମ ସନ୍ନ୍ୟାସ ସମ୍ବନ୍ଧରେ କହୁଛନ୍ତି-
ଯତ୍ ସାଂଖ୍ୟୈଃ ପ୍ରାପ୍ୟତେ ସ୍ଥାନଂ ତଦ୍ୟୋଗୈରପି ଗମ୍ୟତେ।
ଏକଂ ସାଂଖ୍ୟଂ ଚ ଯୋଗଂ ଚ ଯଃ ପଶ୍ୟତି ସ ପଶ୍ୟତି।।
ଅର୍ଥାତ କର୍ମ ସନ୍ନ୍ୟାସ ଦ୍ୱାରା ଯେଉଁ ଉଚ୍ଚ ସୋପାନ ପ୍ରାପ୍ତ ହୋଇଥାଏ, ଭକ୍ତିଯୁକ୍ତ କର୍ମ ଆଚରଣ ଦ୍ୱାରା ମଧ୍ୟ ତାହା ପ୍ରାପ୍ତ ହୋଇଥାଏ । ତେଣୁ ଯେଉଁ ବ୍ୟକ୍ତି କର୍ମ ସନ୍ୟାସ ଓ କର୍ମ ଯୋଗକୁ ସମାନ ରୂପରେ ଦେଖିଥାଏ, ସେ ତତ୍ତ୍ୱକୁ ତା’ର ବାସ୍ତବ ସ୍ୱରୂପରେ ଦେଖିଥାଏ।