ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ | News Room Odisha

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ

ଭୁବନେଶ୍ଵର – ଆମ ବ୍ୟାଙ୍କ ଯୋଜନା, ମିଶନ ଶକ୍ତି ସ୍କୁଟର ଯୋଜନା, ଲକ୍ଷ୍ମୀ ଯୋଜନା, ବଳରାମ ଯୋଜନା, ମୋ ଘର ଯୋ ଜନା ଆଦି ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣ କାଯ୍ୟକ୍ରମ । ସେଗୁଡିକର ଆଶାନୁରୂପ ସଫଳତା ଦିଗରେ ବ୍ୟାଙ୍କଗୁଡିକର ଅକୁଣ୍ଠ ଓ ନିଷ୍ଠାପର ସହଯୋଗ ଅପରିହାର୍ଯ୍ୟ । ତେଣୁ ବ୍ୟାଙ୍କଗୁଡିକ ସେସବୁ ଯୋଜନା ଉପରେ ଗୁରୁତ୍ବାରୋପ କରିବାକୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆହ୍ଵାନ ଦେଇଛନ୍ତି । ଆଜି ଲୋକସେବା ଭବନରେ ଆୟୋଜିତ ୧୭୩ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉନ୍ନୟନ କମିଶନର ଅନୁ ଗର୍ଗ କହିଲେ ଯେ ରାଜ୍ୟର ଶତକଡ଼ା ୬୫ ଭାଗ ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ନଥିବାରୁ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ବ୍ୟାଙ୍କ ସେବା ଓ ରଣ ଯୋଗାଇ ଦେବା ପାଇଁ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହଯୋଗରେ ସେସବୁ ଗ୍ରାମପଞ୍ଚାୟତରେ ବ୍ୟାଙ୍କ ଆଉଟ୍‌ଲେଟ୍‌ ମାଧ୍ଯମରେ ବ୍ୟାଙ୍କ ସେବା ଯୋଗାଇ ଦେବା ନିମନ୍ତେ ନବୀନ ପଟ୍ଟନାୟକ ଆମ ବ୍ୟାଙ୍କ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୁଗାନ୍ତକାରୀ ପଦକ୍ଷେପ ପାଇଁ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଅବଦାନ ଅନସ୍ବୀକାର୍ଯ୍ୟ ଓ ଅଭିନନ୍ଦନୀୟ । ୨୦୨୩ ମସିହା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ୟର କ୍ରେଡିଟ୍‌ ଜମା ଅନୁପାତ ୮୧.୪୪ ଥିବାବେଳେ ତାହାକୁ ବୃଦ୍ଧି କରାଯାଇ ୮୧.୭୫% କରାଯାଇ ପାରିଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥ୍‌ଲେ । ଅଗ୍ରାଧିକାର କ୍ଷେତ୍ରକୁ ରଣ ପ୍ରଦାନ, ବ୍ୟାଙ୍କ, ଯୋଜନା ଓ ଜିଲ୍ଲାୱାରୀ ରଣ ପ୍ରଦାନ କ୍ଷେତ୍ରରେ ପରିଲକ୍ଷିତ ବ୍ୟବଧାନ ହ୍ରାସ ନିମନ୍ତେ ଯତ୍ନବାନ ହେବାକୁ ସେ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ବ୍ୟାଙ୍କଗୁଡ଼ିକର ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଜନକଲ୍ୟାଣକାରୀ ଯୋଜନାରେ ବ୍ୟାଙ୍କଗୁଡ଼ିକ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ତ୍ବରାନ୍ବିତ କରିବା ପାଇଁ ବ୍ୟାଙ୍କଗୁଡ଼ିକ ପର୍ଯ୍ୟାପ୍ତ ଋଣ ପ୍ରଦାନ କରିବାକୁ ସେ ଆହ୍ଵାନ ଦେଇଥିଲେ । ବ୍ୟାଙ୍କଗୁଡ଼ିକ ଅଧିକ ଶାଖା ଓ ଅଧିକ ଏଟିଏମ ଖୋଲିବା ଭପରେ ଗୁରୁତ୍ବାରୋପ କରନ୍ତୁ ବୋଲି ସେ କହିଥିଲେ । ୟୁକୋ ବ୍ୟାଙ୍କର ମହା ପ୍ରବନ୍ଧକ ତଥା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକର ଆବାହକ ଗୌତମ ପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥଲେ । ୟୁକୋ ବ୍ୟାଙ୍କର କାଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଚେୟାରମ୍ୟାନ, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବିଜୟ କୁମାର ଏନ୍‌.କାମ୍ବଲେକ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଂଚଳିକ ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ମହାନ୍ତି, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ମହା ପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା, ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଡ. ସୁଧାଂଶୁ କେ.କେ. ମିଶ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ଉଦ୍‌ବୋଧନ ଦେଇଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସବିବ ଶାଶ୍ବତ ମିଶ୍ର, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଏସ୍‌.କେ. ବଶିଷ୍ଠ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଏସ୍‌.କେ. ଲୋହାନୀ, ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା ଆର୍‌. କାର୍ତ୍ତିକେୟନ୍‌ଙ୍କ ସମେତ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ବ୍ୟାଙ୍କ ତଥା ଲିଡ୍‌ ବ୍ୟାଙ୍କର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟ ଉପରେ ମତବ୍ଯକ୍ତ କରିଥୁଲେ | ଶେଷରେ ପାୱାର ପଏଣ୍ଟ ମାଧ୍ଯମରେ ବ୍ୟାଙ୍କଗୁଡ଼ିକର ଉପଲବ୍ଧି ଓ ସଫଳତା ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା ।