ଓଡିଶା ପୋଲିସ ପକ୍ଷରୁ 'ମାନବାଧିକାର ସଚେତନତା' ସମ୍ପର୍କିତ ରାଜ୍ୟସ୍ତରୀୟ ତର୍କ ପ୍ରତିଯୋଗିତା  | News Room Odisha

ଓଡିଶା ପୋଲିସ ପକ୍ଷରୁ ‘ମାନବାଧିକାର ସଚେତନତା’ ସମ୍ପର୍କିତ ରାଜ୍ୟସ୍ତରୀୟ ତର୍କ ପ୍ରତିଯୋଗିତା 

ଭୁବନେଶ୍ୱର – ଆଜି ଓଡିଶା ପୋଲିସ ଆନୁକୂଲ୍ୟରେ ପୋଲିସ ଭବନ ସମ୍ମିଳନୀ କକ୍ଷରେ “ମାନବାଧିକାର ସଚେତନତା’ ସମ୍ପର୍କିତ ରାଜ୍ୟସ୍ତରୀୟ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ରେଞ୍ଜର ମୋଟ ୨୮ ଜଣ ପୋଲିସ ଅଧିକାରୀ ଅଂଶଗ୍ରହଣ କରି “ମାନବ ଅଧିକାର ସଚେତନତା’ ସମ୍ପର୍କିତ ନିଜ ନିଜର ତର୍କ ଉପସ୍ଥାପନ କରିଥିଲେ । ଏହି ତର୍କ ପ୍ରତିଯୋଗିତାରେ ପୂର୍ବତନ ଡିଜିପି ଶ ଏମ. ଅକ୍ଷୟ, ସ୍ଵତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ (ଓଏଚଆରସି ) ପ୍ରାଣବିନ୍ଦୁ ଆଚାର୍ଯ୍ୟ ଏବଂ ଜାତୀୟ ଆଇନ ବିଶ୍ଵବିଦ୍ୟାଳୟର ପିଏଚଡି ବିଦ୍ୟାର୍ଥୀ ଅରୋଶିଖା ମହାନ୍ତି ପ୍ରମୁଖ ବିଚାରପତି ଭାବେ ଦାୟିତ୍ଵ ନିର୍ବାହ କରି ଶ୍ରେଷ୍ଠ ପ୍ରତିଯୋଗୀ ଚୟନ କରିଥିଲେ । ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ଏହି ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଓଡିଆ ବିଭାଗର ତର୍କ ପ୍ରତିଯୋଗିତାରେ କନେଷ୍ଟବଳ ଗୀତାଞ୍ଜଳି ସାମଲ ଏବଂ ସସ୍ମିତା ପ୍ରଧାନ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥୁଲେ । ବ୍ରହ୍ମପୁରର କନେଷ୍ଟବଳ ସୁଧାଂଶୁ ମହାରଣା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଇଂରାଜୀ ତର୍କ ପ୍ରତିଯୋଗିତାରେ ବଲାଙ୍ଗୀରର କନେଷ୍ଟବଳ ଦୀପାଳି ବାରିକ ପ୍ରଥମ, ବିପିଏସପିଏର ସନ୍ଦୀପ କୁମାର ମାଝି (କ୍ୟାଡେଟ ଡିଏସପି) ଓ ଦିବ୍ୟରଞ୍ଜନ ଦଳାଇ (କ୍ୟାଡେଟ ଡିଏସପି) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥୁଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ଆଇନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ବେଦ କୁମାରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥୁଲେ । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଚଆରପିସି) ଡ଼ଃ ଲଳିତ ଦାସ ସ୍ଵାଗତ ଭାଷଣ ଦେଇଥୁଲେ । ଡି ଆଇ ଳଜି (ଏଚଆରପିସି) ଡକ୍ଟର ସତ୍ୟଜିତ ନାୟକ ଧନ୍ୟବାଦ ଅର୍ପଣ କରିଥୁଲେ । ଏଚଆରମପିସି ଏସପି ରାଜେନ୍ଦ୍ର କୁମାର ସେନାପତି, ଅତିରିକ୍ତ ଏସପି ବିଜୟଲକ୍ଷ୍ମୀ ଆଚାର୍ଯ୍ୟ, ଅତିରିକ୍ତ ଏସପି ଗୋପାଳ ପଟ୍ଟନାୟକଙ୍କ ସମେତ ବିଭାଗର ବିଭିନ୍ନ ଅଧିକାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।