୧୯ରୁ ଚାରିଦିନିଆ ଗଜପତି ଉତ୍ସବ, ମଶାଲ ଶୋଭାଯାତ୍ରା | News Room Odisha

୧୯ରୁ ଚାରିଦିନିଆ ଗଜପତି ଉତ୍ସବ, ମଶାଲ ଶୋଭାଯାତ୍ରା

ପାରଳାଖେମୁଣ୍ଡି: ଗଜପତି ମହୋତ୍ସବ ଆସନ୍ତା ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ସଦରମହକୁମା ପାରଳାଖେମୁଣ୍ଡି ଠାରେ ଆୟୋଜିତ ହେବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ସାରା ଜିଲ୍ଲା ଏଥିପାଇଁ ଚଳଚଞ୍ଚଳ। ମୁଖ୍ୟ ପର୍ବ ଆଗରୁ ଜିଲ୍ଲାର ବିଭିନ୍ନ ବ୍ଲକରେ ଉତ୍ସବର ଆୟୋଜନ କରାଯାଇଛି।

ପରମ୍ପରା ଅନୁସାରେ ମହେନ୍ଦ୍ରଗିରି ଶିଖରରୁ ମଶାଲ ଆସି ପାରଳାଖେମୁଣ୍ଡି ଠାରେ ପହଞ୍ଚିଛି। ମଶାଲଟି ବିଭିନ୍ନ ବ୍ଲକ୍ ପରିକ୍ରମା କରି ସଦର ମହକୁମାରେ ପହଞ୍ଚିବା ପରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ନିକଟରେ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ, ଜନ ପ୍ରତିନିଧି, ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଭବ୍ୟ ସ୍ଵାଗତ ଜଣାଇଥିଲେ। ଏକ ଶୋଭାଯାତ୍ରାରେ ମଶାଲକୁ ସହର ପରିକ୍ରମା କରି ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରରେ ରଖାଯାଇଥିଲା।

ଚଳିତ ବର୍ଷ ଉତ୍ସବକୁ ଆଡ଼ମ୍ବର ସହକାରେ ପାଳନ କରାଯିବ। ଜିଲ୍ଲାସ୍ତରୀୟ ଗଜପତି ଉତ୍ସବରେ ସ୍ଥାନୀୟ କଳା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ।