ପୋଲିସ -ମାଓବାଦୀ ଗୁଳି ବିନିମୟ | News Room Odisha

ପୋଲିସ -ମାଓବାଦୀ ଗୁଳି ବିନିମୟ

ବୌଦ୍ଧ – ବୌଦ୍ଧ ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟର ସୂଚନା ମିଳିଛି । ଜିଲ୍ଲାର ମନମୁଣ୍ଡା ଥାନା ନଳୀକୁମ୍ପା ଜଙ୍ଗଲରେ ମାଓବାଦୀଙ୍କ ସହ ପୋଲିସର ଗୁଳି ବିନିମୟ ଚାଲିଥିବା ଜଣାପଡିଛି। ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଛି। କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ । ଏ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।