ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର୍ | News Room Odisha

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର୍

ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ କର୍ମଚାରୀ। ଲାଞ୍ଚ ନେବାବେଳେ ଧରାପଡିଲେ ସେକ୍ସନ ଅଫିସର । ଭୁବନେଶ୍ୱର କ୍ଷୁଦ୍ର ଜଳସେଚନ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର ଶୁଭକାନ୍ତ ସ୍ୱାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଛକି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । ଜଣେ ବ୍ୟକ୍ତିଙ୍କ ଭାଇଙ୍କୁ କଣ୍ଟ୍ରାକ୍ଟର ଲାଇସେନ୍ସ ଇସ୍ୟୁ କରିବାକୁ ଶୁଭକାନ୍ତ ଲାଞ୍ଚ ମାଗିଥିଲେ। ଏ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସରେ ଫେରାଦ ହୋଇଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଶୁଭକାନ୍ତଙ୍କ ତିନିଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ। ଖାନତଲାସୀ ବେଳେ ଶୁଭକାନ୍ତଙ୍କ ଅଫିସ ଡ୍ରୟରରୁ ୧୪ ହଜାର ୯୯୦ ଟଙ୍କା ଓ ତାଙ୍କଠାରୁ ୫ ହଜାର ୫୦୦ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍।