ପରିତ୍ୟକ୍ତ ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର | News Room Odisha

ପରିତ୍ୟକ୍ତ ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଳକ କାର୍ଯ୍ୟାଳୟ ସାମ୍ନାରେ ଥିବା ଏକ ପରିତ୍ୟକ୍ତ ହୋଟେଲ ଘରୁ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ । ତେବେ ଯୁବକ ଜଣକ ଏକ ଚାଦର ଘୋଡେଇ ହୋଇ ରହିଥିବା ବେଳେ ଏକ ପ୍ୟାଣ୍ଡ ପିନ୍ଧିଛନ୍ତି । ତାଙ୍କର ବୟସ ପାଖାପାଖୁ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ । ପାରିପାର୍ଶ୍ବିକ ପରିସ୍ଥିତିରୁ ଯୁବକ ଜଣକ ଜଣେ ମାନସିକ ବିକୃତି ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।