ମଥୁରାର ଶାହି ଇଦଗା ମସଜିଦରେ ସର୍ଭେ ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ଅନୁମତି | News Room Odisha

ମଥୁରାର ଶାହି ଇଦଗା ମସଜିଦରେ ସର୍ଭେ ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ଅନୁମତି

ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟ ଗୁରୁବାର ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ନିକଟରେ ଥିବା ଶାହି ଇଦଗା ମସଜିଦ ପରିସରରେ ସର୍ଭେ ପାଇଁ ଅନୁମତି ଦେଇଛନ୍ତି। ଏହି ସର୍ଭେ କାର୍ଯ୍ୟ କୋର୍ଟଙ୍କ ତଦାରଖରେ କରାଯିବ । ଏହାଛଡ଼ା ଏହି ସର୍ଭେ ପାଇଁ ଆଡଭୋକେଟ୍ କମିଶନରଙ୍କ ନିଯୁକ୍ତି ପାଇଁ କୋର୍ଟ ରାଜି ହୋଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୮ରେ ହେବ ।

ଶାହି ଇଦଗା ମସଜିଦ ସହ ଜଡ଼ିତ ଅନେକ ମାମଲା ଆହ୍ଲାବାଦ ହାଇକୋର୍ଟରେ ବିଚାରାଧୀନ ଅଛି । ଯେଉଁଥିରେ ଦାବି କରାଯାଇଛି ଯେ ଶାହି ଇଦଗା ମସଜିଦ ଭଗବାନ ଶ୍ରୀକୃଷ୍ଣଙ୍କ ଏକ ମନ୍ଦିର ଭାଙ୍ଗି ନିର୍ମାଣ କରାଯାଇଛି ବୋଲି ହିନ୍ଦୁ ପକ୍ଷ ଦାବି କରିଛନ୍ତି । ହିନ୍ଦୁମାନଙ୍କୁ ସେଠାରେ ପୂଜା କରିବାକୁ ଅନୁମତି ଦିଆଯାଉ ବୋଲି ସେମାନେ କହିଛନ୍ତି।

ଗତ ବର୍ଷ ବାରଣାସିର ଜ୍ଞାନବାପି ମସଜିଦ ଉପରେ ବି ସର୍ଭେ କରିବାକୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।