ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଦ୍ୱିତୀୟ ଦିବସ  | News Room Odisha

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଦ୍ୱିତୀୟ ଦିବସ 

ଭୁବନେଶ୍ୱର – ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଆନୁକୂଲ୍ୟରେ ଆୟୋଜିତ ଜାତୀୟସ୍ତରୀୟ ହସ୍ତଶିଳ୍ପ ମେଳାର ଦ୍ବିତୀୟ ଦିବସରେ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ବିଭାଗର ସଚିବ ଉଷା ପାଢି ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସଚିବଙ୍କୁ ହସ୍ତଶିଳ୍ପ ନିର୍ଦ୍ଦେଶିକ ପ୍ରଣତି ଛୋଟରାୟ ଉତ୍ତରୀୟ ଓ ପୁଷ୍ପ ଗୁଛଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସିଡାକ ସଚିବ ଶିଶିର କୁମାର ରଥ ମଧ୍ୟ ଉପସ୍ଥିତ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ବୀଣାପାଣି ରୂପଚାନ୍ଦ ଅନୁଷ୍ଠାନର କଳାକାରମାନଙ୍କ ଦ୍ବାରା ଛଉ ଲୋକନୃତ୍ୟ, ଇନ୍ଦ୍ରାଣୀ ମାହାତୋ ଓ ସାଥୀ କଳାକାରମାନଙ୍କ ଦ୍ବାରା ଝୁମର ଓ ପଞ୍ଜାବର ରବି କୁଅଁର ଓ ସାଥୀ କଳାକାରମାନଙ୍କ ଦ୍ବାରା ଭାଙ୍ଗଡ଼ା ନୃତ୍ୟ ପରିବେଷଣ କରାଯାଇଥିଲା ।

ଚଳିତ ବର୍ଷ ଏହି ମେଳା ପରିସରରେ ସମସ୍ତ ସରକାରୀ ବ୍ୟବସ୍ଥା ଯଥା ଦମକଳ ବାହିନୀ, ନିରାପତ୍ତା ସହାୟତା ଓ ପ୍ରାଥମିକ ଚିକିତ୍ସା ସେବା, ଆମ୍ବୁଲାନ୍ସ ସେବା, ପାନୀୟଜଳ, ଶୌଚାଳୟ ଏବଂ ଏଟିଏମ୍ କାଉଣ୍ଟର ସୁବିଧା ରହିଛି ।

ଆଜି ଜନତା ମଇଦାନଠାରେ ଜାତୀୟ ହସ୍ତଶିଳ୍ପ ମେଳାର ଦ୍ବିତୀୟ ସନ୍ଧ୍ୟାରେ ପ୍ରବଳ ଜନ ସମାଗମ ହୋଇଥିଲା । ଜନସାଧାରଣ ବହୁ ସଂଖ୍ୟାରେ ହସ୍ତତନ୍ତ ଓ ବୟନ ଶିଳ୍ପ ସାମଗ୍ରୀ କିଣିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସୁସ୍ବାଦୁ ବ୍ୟଞ୍ଜନର ମଜା ଉଠାଇଥିଲେ । ଏହି ମେଳା ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ।