ଯୋଡାମୁଣ୍ଡ ଶିଶୁ ଜଗାକୁ ପରୀକ୍ଷା ନିରୀକ୍ଷା କଲେ ଦିଲ୍ଲୀ ଏମ୍ସ ଡାକ୍ତରୀ ଦଳ, ହେବ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ | News Room Odisha

ଯୋଡାମୁଣ୍ଡ ଶିଶୁ ଜଗାକୁ ପରୀକ୍ଷା ନିରୀକ୍ଷା କଲେ ଦିଲ୍ଲୀ ଏମ୍ସ ଡାକ୍ତରୀ ଦଳ, ହେବ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ

ଫୁଲବାଣୀ – ଯୋଡାମୁଣ୍ଡ ଶିଶୁ ଜଗାକୁ ପରୀକ୍ଷା ନିରୀକ୍ଷା କରିବା ପାଇଁ ନୂଆଦିଲ୍ଲୀ ଏମ୍ସରୁ ଜଣିକିଆ ଡାକ୍ତରୀ ଦଳ ଆଜି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵତନ୍ତ୍ର କ୍ୟାବିନରେ ପହଞ୍ଚି ଜଗାକୁ ପରୀକ୍ଷା କରିଛନ୍ତି। ଏମ୍ସ ନୂଆଦିଲ୍ଲୀର ସ୍ନାୟୁ ଶଲ୍ୟ ବିଶେଷଜ୍ଞ ଡାକ୍ତର ଦୀପକ ଗୁପ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଡିଏମଓ ଏବଂ ଅନ୍ୟ ଡାକ୍ତରଙ୍କ ସହିତ ଆଲୋଚନା କରିବା ପରେ ଜଗାର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ।

ଜଗାର ଦ୍ଵିତୀୟ ପର୍ଯ୍ୟାୟ ଅପରେସନ ସମୟ ହୋଇଯାଇଥିବା କହିଛନ୍ତି ଡାକ୍ତର ଗୁପ୍ତା। ଭୁବନେଶ୍ୱର ଏମ୍ସ ଏବଂ କଟକ ଏସସିବି ମେଡିକାଲ କଲେଜ ଡାକ୍ତରଙ୍କ ସହ ମଧ୍ୟ ସେ ଆଲୋଚନା କରିଛନ୍ତି। ସେ ସୁସ୍ଥ ଅଛି ଏବଂ ଅତି ଶୀଘ୍ର ଦିଲ୍ଲୀ ନିଆଯାଇ ଅପରେସନ କରାଯିବ ବୋଲି ଜିଲ୍ଲା ମେଡିକାଲ୍ ଅଫିସର ଡ଼ା ଅଭୟ ପଟ୍ଟନାୟକ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସହାୟତା ଓ ରାଜ୍ୟ ସରକାରଙ୍କ ତଦାରଖରେ ବିଶ୍ଵର ଏହି ବିରଳ ଅପରେସନ ଦିଲ୍ଲୀ ଏମ୍ସରେ କରାଯାଇଥିଲା। ବର୍ତ୍ତମାନ ଜଗା ପାଠ ପଢିବାକୁ ମଧ୍ୟ ଫିଟ୍ ଅଛି ବୋଲି ଡାକ୍ତର କହିଛନ୍ତି।