ବୁଖାରୀକୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ୍ | News Room Odisha

ବୁଖାରୀକୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ୍

ଭୁବନେଶ୍ବର – ଯାଜପୁର ଜିଲ୍ଲାରୁ ଧରାପଡ଼ିଥିବା କାଶ୍ମୀରର ବହୁରୂପୀ ଠକ ସୟିଦ ଇଶାନ ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ଆଜି କୋର୍ଟ ରିମାଣ୍ଡ ପାଇଁ ଅନୁମତି ଦେଇପାରନ୍ତି । ବୁଖାରୀର ଆଇଏସଏସ ସହ ଯୋଗାଯୋଗ ନେଇ ଖୋଳତାଡ଼ କରାଯିବ ।ରିମାଣ୍ଡରେ ନେବାପରେ ଆକାଉଣ୍ଟସ ନେଇ ଛାନଭିନ କରାଯିବ । ବୁଖାରୀର ୬ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯିବା ଯୋଜନା ରହିଛି । ପାକିସ୍ତାନର ଦୁଇ ସନ୍ଦିଗ୍ଧଙ୍କୁ କରାଯାଇଥିବା ମେସେଜରୁ ପୁରା ତଥ୍ୟ ବାହାର କରିବା ପାଇଁ ଏସଏଫଏସଏଲକୁ ପଠାଯାଇଛି ବୁଖାରୀର ଜବତ ମୋବାଇଲ ।

ଏନଆଇଏ ଓ ଇଣ୍ଟେଲିଜେନ୍ସ ବ୍ୟୁରୋ ମଧ୍ୟ ମାମଲାର ତଦନ୍ତ କରିବ । ଆତଙ୍କୀ ଲିଙ୍କ୍ ନେଇ ବୁଖାରୀକୁ ଜେରା କରିବେ କେରଳ, ପଞ୍ଜାବ ଓ ମହାରାଷ୍ଟ୍ର ପୋଲିସ । ପିଏମଓରେ ଚାକିରି କରିଥିବା କହି କାଶ୍ମୀରର ଏକାଧିକ ପୋଲିସ ଅଧିକାରୀଙ୍କ ସହ ଅଭିଯୁକ୍ତ ରଖୁଥିଲା ସମ୍ପର୍କ । ପୋଷ୍ଟିଂ ଓ ଟ୍ରାନ୍ସଫର ପାଇଁ ପୋଲିସ ଅଧିକାରୀଙ୍କୁ ମଧ୍ୟ ସେ ଠକିଛି । ପାକିସ୍ତାନର ଦୁଇ ଯୁବକଙ୍କ ସହ କଥାବାର୍ତ୍ତା ଓ ଆଇଏସଆଇ ଲିଙ୍କ ନେଇ ଏସଟିଏଫ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିବା ପରେ ଘନୀଭୂତ ହୋଇଛି ସନ୍ଦେହ । ବିଭିନ୍ନ ରାଜ୍ୟରେ ପ୍ରେମିକାଙ୍କୁ ଢାଲ କରି ଶତ୍ରୁ ପକ୍ଷକୁ ପଠାଉଥିଲା ଗୋପନୀୟ ତଥ୍ୟ । ବିବାହିତ ୭ ଜଣ ମହିଳାଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।