ଭୁବନେଶ୍ୱର – ଯାଜପୁର ଜିଲ୍ଲା ନେଉଳପୁରରୁ ଗିରଫ ବହୁରୂପୀ କାଶ୍ମୀରୀ ଯୁବକ ସୟଦ ଇଶାନ ବୁଖାରୀକୁ ଆଜିଠାରୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସଟିଏଫ। ବୁଖାରୀକୁ ରିମାଣ୍ଡରେ ନେବା ପାଇଁ ଯାଜପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଆବେଦନ କରିଥିଲା ଏସଟିଏଫ। କୋର୍ଟ ବୁଖାରୀକୁ ୫ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି । ଆଜି ବୁଖାରୀକୁ କଡ଼ା ସୁରକ୍ଷା ମଧ୍ୟରେ ଯାଜପୁର ରଗଡି ସବ୍ ଜେଲରୁ ଭୁବନେଶ୍ୱରର ଏସଟିଏଫ ଅଫିସକୁ ଅଣାଯିବ । ଅପରାଧିକ କାର୍ଯ୍ୟକଳାପ ଓ ଆତଙ୍କୀ ଲିଙ୍କ୍ ନେଇ ତାକୁ ମାରାଥନ ଜେରା କରିବ ପୋଲିସ। ଆବଶ୍ୟକ ସ୍ଥଳେ ତାହାର ପତ୍ନୀ ସହ ବୁଖାରୀର ମୁହାଁମୁହିଁ ଜେରା କରାଯିବ ।
ବୁଖାରୀ ପ୍ରସଙ୍ଗରେ ଆଇବି ଓ ଏନଆଇଏସ ଅଧିକାରୀଙ୍କ ସହ କ୍ରାଇମବ୍ରାଞ୍ଚ ଆଇଜି ଜୟନାରାୟଣ ପଙ୍କଜ ଏକ ବୈଠକ କରିଛନ୍ତି। ସେମାନେ ଓଡ଼ିଶା ଆସି ବୁଖାରୀକୁ ତା’ର ଆତଙ୍କୀ ଲିଙ୍କ୍ ନେଇ ପଚରାଉଚରା କରିବେ ।