ଗୋପାଳପୁର: ବିଜେଡିରେ ମିଶିଲେ କର୍ପୋରେଟର୍ ଓ ୩୦ରୁ ଅଧିକ କର୍ମୀ | News Room Odisha

ଗୋପାଳପୁର: ବିଜେଡିରେ ମିଶିଲେ କର୍ପୋରେଟର୍ ଓ ୩୦ରୁ ଅଧିକ କର୍ମୀ

ବ୍ରହ୍ମପୁର: ବିଜେପି ତଥା ଅନ୍ୟ ରାଜନୈତିକ ଦଳ ପ୍ରତି ବିମୁଖ ହେଲେଣି ତୃଣମୂଳ ସ୍ତରର ନେତା ଓ କର୍ମୀ। କେବଳ ରାଜନୀତି କରୁଛନ୍ତି, ଅପପ୍ରଚାର ଚଳାଇଛନ୍ତି। ମାତ୍ର ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି.କାର୍ତ୍ତିକ ପାଣ୍ଡିଆନଙ୍କ ନେତୃତ୍ୱରେ ରାଜ୍ୟ ତଥା ରାଜ୍ୟବାସୀଙ୍କ ବିକାଶ ପାଇଁ ଅହରହ ପ୍ରୟାସ କରି ଆସୁଛି। ଏଣୁ ବିଜେଡି ପ୍ରତି ଆକୃଷ୍ଟ ହୋଇ ଦଳର ସଦସ୍ୟତା ଗ୍ରହଣ ପ୍ରତି ଆକୃଷ୍ଟ ହେଉଛନ୍ତି ଅନ୍ୟ ଦଳର ନେତା ଓ କର୍ମୀ। ଶନିବାର ବ୍ରହ୍ମପୁର ମହାନଗର ନିଗମ ୨୪ ନଂ ଓ୍ବାର୍ଡର ସ୍ବାଧୀନ କର୍ପୋରେଟର୍ ପ୍ରଶାନ୍ତ ପଟ୍ଟନାୟକ ବିଜେଡିରେ ସାମିଲ ହୋଇଥିଲେ। ସୋମବାର ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭାବିନୀପୁର, ଲୋଚାପଡା, ଗୁରୁଣ୍ଠି, ବୋରିଗାଁ ଆଦି ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ବ ତୃଣମୂଳ ସ୍ତରର ନେତା ଓ କର୍ମୀ ବିଜେଡି ସଦସ୍ୟତା ଗ୍ରହଣ କରିଛନ୍ତି। ବ୍ରହ୍ମପୁର ଗଜପତି ନଗରରେ ଆୟୋଜିତ ହୋଇଥିଲା ଏହି ମିଶ୍ରଣ ପର୍ବ। ଗୋପାଳପୁର ଦାୟିତ୍ଵରେ ଥିବା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଜନସେବା କରିବାକୁ ପରାମର୍ଶ ଦେଇଥିଲେ।