ଆଉ ଦୁଇ ବିରୋଧୀ ସାଂସଦ ନିଲମ୍ବିତ | News Room Odisha

ଆଉ ଦୁଇ ବିରୋଧୀ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଭଙ୍ଗ ନେଇ ଉଭୟ ଗୃହରେ ବିରୋଧୀଙ୍କ ହଙ୍ଗାମା ଜାରି ରହିଥିବା ବେଳେ ବୁଧବାର ଆଉ ଦୁଇଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଚେୟାରକୁ ଅବମାନନା ପାଇଁ ଚଳିତ ଅଧିବେଶନର ଅବଶିଷ୍ଟ ଅବଧି ପାଇଁ ବାଚସ୍ପତି ଦୁଇ ବିରୋଧୀ ସାଂସଦ ସି ଥୋମାସ୍ ଏବଂ ଏମ୍ ଆରିଫଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହ ଲୋକସଭା ଓ ରାଜ୍ୟସଭାର ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୧୪୩ରେ ପହଞ୍ଚଛି ।

ମଙ୍ଗଳବାର ଲୋକସଭାରୁ ୪୯ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ଏହାର ଦିନକ ପୂର୍ବରୁ ଅର୍ଥାତ୍ ସୋମବାର ଲୋକସଭାର ୩୩ ଏବଂ ରାଜ୍ୟସଭାର ୪୫ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଡିସେମ୍ବର ୧୪ରେ ଲୋକସଭାର ୧୩ ଓ ରାଜ୍ୟସଭାର ଜଣେ ସାଂସଦଙ୍କୁ ସସପେଣ୍ଡ୍ କରାଯାଇଥିଲା।