ଦଶପଲ୍ଲା ନିକଟରେ ସଡ଼କ ଦୁର୍ଘଟଣା, ୧ ମୃତ, ୫ ଗୁରୁତର | News Room Odisha

ଦଶପଲ୍ଲା ନିକଟରେ ସଡ଼କ ଦୁର୍ଘଟଣା, ୧ ମୃତ, ୫ ଗୁରୁତର

ନୟାଗଡ -ଦାରିଙ୍ଗିବାଡିରୁ ପିକନିକ୍‌ ସାରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଜଣେ ମୃତ । ଏଥିରେ ୫ ଜଣ ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ଛକ ନିକଟରେ ଘଟିଛି ଦୁର୍ଘଟଣା । ମୃତାହତଙ୍କ ଘର କଟକ ଜିଲ୍ଲା ଆଠଗଡ଼ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ୧୫ରୁ ଅଧିକ ଯୁବକ ଦାରିଙ୍ଗିବାଡିରେ ପିକନିକ୍ ସାରି ଭ୍ୟାନରେ ଆଠଗଡ ଫେରୁଥିଲେ। ଦଶପଲ୍ଲା ଟାକେରା ଛକ ନିକଟରେ ଠିଆ ହୋଇଥିବା ଏକ ଟ୍ରଲରକୁ ଆଜି ଭୋରରେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଜଣେ ଯୁବକ ଦୁଇ ଗାଡ଼ି ମଝିରେ ଚାପି ହୋଇଯାଇ ପ୍ରାଣ ହରାଇଥିବା ବେଳେ ବେଳେ ୫ଜଣ ଗୁରୁତର ଆହତ ହୋଇଥିଲେ। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି ।