ଆୟରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ : ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ  | News Room Odisha

ଆୟରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ : ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ 

ଭୁବନେଶ୍ୱର – ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଭୁବନେଶ୍ୱର ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍।

ଭୁବନେଶ୍ୱର ପାଣ୍ଡରାରେ ଗୋଟିଏ ମହଲା କୋଠା, ତିନି ମହଲା କୋଠା, ବ୍ରହ୍ମପୁରର ଭବାନୀପୁରରେ ଥିବା ଆପାର୍ଟମେଣ୍ଟ୍ , ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଗୋଟିଏ ଦୁଇ ମହଲା କୋଠା, ଭୁବନେଶ୍ୱର ବଡଗଡ ଲକ୍ଷ୍ମୀ ସାଗର ନୀଳାଚଳ ସିଟି କେନାଲ ରୋଡରେ ଥିବା ଆପାର୍ଟମେଣ୍ଟ୍, ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର ବିଭାଗରେ ଥିବା ଗନ୍ତାୟତଙ୍କ ଅଫିସ ଚାମ୍ବର, ବ୍ରହ୍ମପୁର କୋଅପରେଟିଭ କଲୋନୀ ପ୍ରଥମ ଲେନରେ ଥିବା ପୈତୃକ ଘର, ଭୁବନେଶ୍ୱର ୟୁନିଟ -୩ ମ୍ୟୁନିସିପାଲିଟି କଲୋନୀରେ ଥିବା ସରକାରୀ କ୍ୱାର୍ଟରରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ଗନ୍ତାୟତ ଆୟଠୁ ଅଧିକ ପରିମାଣର ସମ୍ପତ୍ତି ଠୁଳ କରିଥିବା ଜଣାପଡିଛି।