ଦିନିକିଆ ସିରିଜ୍ ୨-୧ରେ ଜିତିଲା ଭାରତ | News Room Odisha

ଦିନିକିଆ ସିରିଜ୍ ୨-୧ରେ ଜିତିଲା ଭାରତ

ପାର୍ଲ: ସଞ୍ଜୁ ସାମସନଙ୍କ ପ୍ରଥମ ଶତକ ଓ ଅର୍ଶଦୀପ ସିଂହଙ୍କ ୪ ୱିକେଟ୍ ବଳରେ ଭାରତ ତୃତୀୟ ତଥା ଅନ୍ତିମ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୭୮ ରନରେ ହରାଇ ୨-୧ରେ ସିରିଜ୍ ଜିତି ନେଇଛି । ୨୦୧୮ ପରେ ଦକ୍ଷିଣ ଆଫ୍ରିକାରେ ଦ୍ୱିତୀୟ ଥର ପାଇଁ ଦିନିକିଆ ସିରିଜ୍ ଜିତିଛି ଭାରତ |

ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିବା ଭାରତ ସାମସନଙ୍କ ଶତକ ସହାୟତାରେ ୮ ଓ୍ବିକେଟରେ ୨୯୬ ରନ୍ କରିଥିଲା । ସାମସନ୍ ୧୧୪ ବଲରେ ୧୦୮ ରନ୍ ସଂଗ୍ରହ କରିଥିବାବେଳେ ତିଳକ ବର୍ମା ୭୭ ବଲରେ ୫୨ ରନ୍ କରିଥିଲେ, ଯାହା ତାଙ୍କର ପ୍ରଥମ ଦିନିକିଆ ଅର୍ଦ୍ଧଶତକ। ଚତୁର୍ଥ ୱିକେଟ୍ ପାଇଁ ଉଭୟ ୧୧୬ ରନ୍ ଯୋଡ଼ିଥିଲେ।

ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୪୫.୫ ଓଭରରେ ୨୧୮ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା | ଦକ୍ଷିଣ ଆଫ୍ରିକା ପକ୍ଷରୁ ଟନି ଡି’ ଜର୍ଜି ୮୨ ଓ ଅଧିନାୟକ ଏଡେନ ମାର୍କ୍ରମ ୩୨ ରନ୍ କରିଥିଲେ । ଭାରତ ତରଫରୁ ସଫଳ ବୋଲର ଭାବେ ଅର୍ଶଦୀପ ୯ ଓଭରରେ ୩୦ ରନ୍ ଦେଇ ୪ଟି ୱିକେଟ୍ ନେଇଥିବାବେଳେ ଆବେଶ ଖାନ୍ ଏବଂ ୱାଶିଂଟନ୍ ସୁନ୍ଦର ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ପାଇଥିଲେ । ସାମସନ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।