ସୁନ୍ଦରଗଡ଼ ଜିଲ୍ଲାରେ ଆଉ ଏକ ହାତୀ ଆକ୍ରମଣ ଜନିତ ମୃତ୍ୟୁ | News Room Odisha

ସୁନ୍ଦରଗଡ଼ ଜିଲ୍ଲାରେ ଆଉ ଏକ ହାତୀ ଆକ୍ରମଣ ଜନିତ ମୃତ୍ୟୁ

ସୁନ୍ଦରଗଡ଼ – ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ହାତୀ ଆକ୍ରମଣ ଜନିତ ମୃତ୍ୟୁ । ରାଜଗାଙ୍ଗପୁର ଅଞ୍ଚଳରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ପାନପୋଷ ପଞ୍ଚାୟତ କଦମବାହାଲ ଗାଁରେ ହାତୀ ଆକ୍ରମଣରେ ଚାରୁଆ ଏକ୍କା ନାମକ ଜଣେ ଲୋକ ପ୍ରାଣ ହରାଇଛନ୍ତି । ହାତୀ ଗାଁ ଭିତରକୁ ପଶି ଆସିଥିବା ଶୁଣିଲା ପରେ ସେ ଘରୁ ବାହାରି ଆସିଥିବା ଚାରୁଆ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀ ଶୁଣ୍ଢରେ କଚାଡ଼ି ତାଙ୍କୁ ମାରିଦେଇଥିଲା।