ଛୁରା ମାଡ଼ରେ ବୁଗୁଡ଼ା ବ୍ଲକ୍ ଜିଆରଏସଙ୍କ ମୃତ୍ୟୁ | News Room Odisha

ଛୁରା ମାଡ଼ରେ ବୁଗୁଡ଼ା ବ୍ଲକ୍ ଜିଆରଏସଙ୍କ ମୃତ୍ୟୁ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକରେ ଅଜଣା ଦୁର୍ବୃତ୍ତଙ୍କ ଛୁରା ମାଡ଼ରେ ଜଣେ ଗ୍ରାମ ରୋଜଗାର ସେବକ (ଜିଆରଏସ୍)ଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଳମ୍ବ ଗ୍ରାମ ବାସିନ୍ଦା ସୁକାନ୍ତ କୁମାର ପାଣିଗ୍ରାହୀ ଯିଏକି ଏ.କରଡାବାଡି ଓ ଶଙ୍କୁରୁ ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ଥିଲେ। ଆଜି ମଧ୍ୟାହ୍ନରେ ନିଜ ଗ୍ରାମ କଳମ୍ବରୁ ବାଇକ୍ ଯୋଗେ ବୁଗୁଡ଼ା ବ୍ଲକ୍ ଅଫିସକୁ ଯାଉଥିବା ବେଳେ ଗ୍ରାମ ନିକଟରେ ହିଁ ଅଜଣା ଦୁର୍ବୃତ୍ତ ଛୁରାରେ ମରଣାନ୍ତକ ଆକ୍ରମଣ କରିଥିଲା।‌ଗୁରୁତର ଅବସ୍ଥାରେ ବୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର ବେଳେ ସଙ୍କଟାପନ୍ନ ହେବାରୁ ପୋଲସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କେଉଁ କାରଣରୁ ଓ କିଏ ଏପରି କରିଛି ସେ ନେଇ ପୋଲିସ ତଦନ୍ତ କରୁଛି।