କାଲିଠାରୁ ୨୫ ଯାଏଁ ଘନ କୁହୁଡି ଚେତାବନୀ, ସବୁ ଜିଲ୍ଲାପାଳ ଓ ପରିବହନ ବିଭାଗକୁ ଆଲର୍ଟ କଲେ ଏସଆରସି | News Room Odisha

କାଲିଠାରୁ ୨୫ ଯାଏଁ ଘନ କୁହୁଡି ଚେତାବନୀ, ସବୁ ଜିଲ୍ଲାପାଳ ଓ ପରିବହନ ବିଭାଗକୁ ଆଲର୍ଟ କଲେ ଏସଆରସି

ଭୁବନେଶ୍ୱର – ଆସନ୍ତାକାଲିଠାରୁ ରାଜ୍ୟରେ ଶୀତ ପ୍ରକୋପରୁ ଆଶ୍ୱସ୍ତି ମିଳିବା ସମ୍ଭାବନା ରହିଛି। କାରଣ ରାତିର ତାପମାତ୍ରା ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରାଯାଇଛି। ଏଣେ ଆସନ୍ତାକାଲିଠାରୁ ୨୫ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ହେବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ କୁହୁଡ଼ି ସମ୍ଭାବନା ରହିଥିବାରୁ ଏନେଇ ସବୁ ଜିଲ୍ଲାପାଳ ଓ ପରିବହନ ବିଭାଗକୁ ସତର୍କ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।