ହାବିଲଦାର, କନେଷ୍ଟବଳ ଓ ସିପାହୀମାନଙ୍କ ଖାଦ୍ୟ ପ୍ୟାକେଟ୍ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର | News Room Odisha

ହାବିଲଦାର, କନେଷ୍ଟବଳ ଓ ସିପାହୀମାନଙ୍କ ଖାଦ୍ୟ ପ୍ୟାକେଟ୍ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର – ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟରତ ହାବିଲଦାର , କନଷ୍ଟେବଳ ଏବଂ ସିପାହୀମାନଙ୍କ ପାଇଁ ଖାଦ୍ୟ ପ୍ୟାକେଟ୍ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଦିନରେ ଲଗାତର ଓ ନିରବଚ୍ଛିନ୍ନ ୮ ଘଣ୍ଟା ଡ୍ୟୁଟି କରୁଥିବା ଓଡ଼ିଶା ପୋଲିସର ହାବିଲଦାର, କନେଷ୍ଟବଳ ଓ ସିପାହୀମାନଙ୍କ ପାଇଁ ଦୈନିକ ଖାଦ୍ୟ ପ୍ୟାକେଟ ଭତ୍ତା ୫୦ ଟଙ୍କାରୁ ୭୫ ଟଙ୍କା ବୃଦ୍ଧି କରାଯାଇଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ବିଜ୍ଞପ୍ତି ପ୍ରକାଶ ସହ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି ।

ଏହି ପଦକ୍ଷେପ ଗ୍ରହଣ କରିଥିବାରୁ ଗୃହ ବିଭାଗକୁ କୃତଜ୍ଞତା ଜ୍ଞାପନ କରିଛି ଓଡ଼ିଶା ପୋଲିସ। ଏହି ସକାରାତ୍ମକ ପଦକ୍ଷେପ କ୍ରମାଗତ ୮ ଘଣ୍ଟା କର୍ତ୍ତବ୍ୟ ସମ୍ପାଦନ କରିବାରେ ନିଶ୍ଚିତ ଭାବେ ଉତ୍ସାହିତ କରିବ ଏବଂ ଆଗାମୀ ଦିନରେ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ଉପଯୁକ୍ତ ସେବା ପ୍ରଦାନ କରିବାରେ ଅନନ୍ୟ ଭୂମିକା ଗ୍ରହଣ କରିବ ବୋଲି ଓଡ଼ିଶା ପୋଲିସ ପକ୍ଷରୁ କୁହାଯାଇଛି।