ବୁଖାରୀର ୫ ଦିନିଆ ରିମାଣ୍ଡ ଅବଧି ଶେଷ, ଏସଟିଏଫ ହାସଲ କରିଛି ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ | News Room Odisha

ବୁଖାରୀର ୫ ଦିନିଆ ରିମାଣ୍ଡ ଅବଧି ଶେଷ, ଏସଟିଏଫ ହାସଲ କରିଛି ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ

ଭୁବନେଶ୍ୱର – ଯାଜପୁର ନେଉଳପୁରରୁ ଧରାପଡ଼ିଥିବା ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କବାଦୀ ସୟିଦ ଇଶାନ ବୁଖାରୀର କ୍ରାଇମବ୍ରାଞ୍ଚ ଏସଟିଏଫ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। ୫ ଦିନିଆ ରିମାଣ୍ଡ ଅବଧି ସରିଲା ତାକୁ ଜେଲକୁ ପଠାଇ ଦେଇଛନ୍ତି ଚଣ୍ଡିଖୋଲ କୋର୍ଟ । ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ନେଇ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେ ହାତେଇଥିଲା । ନ୍ୟୁଡ୍ ଆପ୍‌ କରି ଶତାଧିକ ଯୁବତୀଙ୍କୁ ଶୋଷଣ କରିବା ସହ ପ୍ରତ୍ୟେକ ଭିଡିଓ କଲରୁ ୫ ହଜାର ଟଙ୍କା କମିଶନ ପାଇଛି ବୁଖାରୀ। ଏଭଳି ଭାବେ କୋଟି କୋଟି ଟଙ୍କା କମାଇଛି ସନ୍ଦିଗ୍ଧ ଆତଙ୍କୀ। ଇଣ୍ଟେଲିଜେନ୍ସ ବ୍ୟୁରୋ ଓ ପଞ୍ଜାବ ପୋଲିସ ଓଡ଼ିଶା ଆସି ବୁଖାରୀକୁ ପଚରାଉଚରା କରିଛନ୍ତି।

କାଶ୍ମୀର ପୋଲିସ ମଧ୍ୟ ବୁଖାରୀକୁ ପଚରାଉଚରା କରିବା ସମ୍ଭାବନା ରହିଛି। କେରଳ ମୌଳବାଦୀଙ୍କ ସହ ଲିଙ୍କରେ ଥିବା ନେଇ ପ୍ରମାଣ ମିଳିଥିବାବେଳେ ସିଡ଼ିଆର ରିପୋର୍ଟରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏସଟିଏଫ ହାସଲ କରିଥିବା କୁହାଯାଉଛି । ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ୭ ଜଣ ମହିଳାଙ୍କୁ ବିବାହ କରିଛି ବୁଖାରୀ। ଯାଜପୁର ଧର୍ମଶାଳା ବ୍ଲକ ନେଉଳପୁର ଗାଁର ଜଣେ ଯୁବତୀଙ୍କୁ ବିବାହ କରିବା ପରେ ନେଉଳପୁର ପଞ୍ଚାୟତ ମିଲତନଗର ଗାଁରେ ରହିଥିଲା ବୁଖାରୀ।