ବ୍ରହ୍ମପୁର ଉପକଣ୍ଠ ଜାତୀୟ ରାଜପଥରେ ପୃଥକ ପୃଥକ ଦୁର୍ଘଟଣା, ୧ ମୃତ, ୩ ଆହତ | News Room Odisha

ବ୍ରହ୍ମପୁର ଉପକଣ୍ଠ ଜାତୀୟ ରାଜପଥରେ ପୃଥକ ପୃଥକ ଦୁର୍ଘଟଣା, ୧ ମୃତ, ୩ ଆହତ

ବ୍ରହ୍ମପୁର -ବ୍ରହ୍ମପୁର ଉପଖଣ୍ଡ ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଏକ କଣ୍ଟେନରକୁ ଯାତ୍ରୀବାହୀ ବସ୍ ଧକ୍କା ଦେବାରୁ ୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ-ଆନ୍ଧ୍ର ସୀମାନ୍ତ ଜାତୀୟ ରାଜପଥ ଗିରିଶୋଲା ଠାରେ ଘଟିଛି ଏହି ଦୁର୍ଘଟଣା ।

ବସ୍ ଚାଳକଙ୍କ ଅନ୍ୟମନସ୍କତା ପାଇଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ସୌଭାଗ୍ୟବଶତଃ ବସ୍ ଭିତରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ତିନି ଗୁରୁତର ବସ୍ ଯାତ୍ରୀଙ୍କୁ ପଡୋଶୀ ଆନ୍ଧ୍ରର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଏଣେ ବ୍ରହ୍ମପୁର ଉପକଣ୍ଠ ଜାତୀୟ ରାଜପଥର କନିଷିରେ ଆଜି ଏକ ଚଳନ୍ତା ଟ୍ରକକୁ ବାଇକ୍ ଧକ୍କା ଦେବା ଯୋଗୁଁ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଚଳନ୍ତା ଟ୍ରକକୁ ପଛରୁ ଧକ୍କା ଦେଇଥିଲା ବାଇକ୍। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ ।