ରାତି ତାପମାତ୍ରାରେ ସାମାନ୍ୟ ବୃଦ୍ଧି : ୧୦ ଡିଗ୍ରୀ ତଳେ ୮ ସହର, କୋରାପୁଟ ସବୁଠୁ ଥଣ୍ଡା  | News Room Odisha

ରାତି ତାପମାତ୍ରାରେ ସାମାନ୍ୟ ବୃଦ୍ଧି : ୧୦ ଡିଗ୍ରୀ ତଳେ ୮ ସହର, କୋରାପୁଟ ସବୁଠୁ ଥଣ୍ଡା 

ଭୁବନେଶ୍ୱର – ରାଜ୍ୟରେ ରାତି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଥିଲେ ମଧ୍ୟ ୮ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୬.୬ ଡିଗ୍ରୀ ସେଲସିୟସ ସହ କୋରାପୁଟ ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଛି। ସୁନ୍ଦରଗଡ଼ରେ ୯, କିରେଇରେ ୯.୪, ଫୁଲବାଣୀରେ ୯.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ବରରେ ରାତି ତାପମାତ୍ରା ୧୬ ଓ କଟକରେ ୧୫.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଏଣେ ଆଜି ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡି ଦେଖାଯାଇଛି। କୁହୁଡି ଯୋଗୁଁ ରାଉରକେଲାରେ ଦୃଶ୍ୟମାନ ଦୂରତା ୪୦ ମିଟର ଥିଲା । କୋରାପୁଟରେ ୫୦ ମିଟର, ନୟାଗଡରେ ୬୦,ଫୁଲବାଣୀରେ ୭୦, ବଲାଙ୍ଗୀରେ ୯୦, ଟିଟିଲାଗଡ଼ରେ ୧୦୦ ଓ ଭବାନୀପାଟଣାରେ ୨୦୦ ମିଟର ଥିଲା ଦୃଶ୍ୟମାନ ଦୂରତା ।