ମହାଭାରତର ଧର୍ମ ଓ ଅଧର୍ମ, ସତ୍ୟ ଓ ଅସତ୍ୟର ଯୁଦ୍ଧ ରେ କୌରବ ଓ ପାଣ୍ଡଵମାନଙ୍କର ସେନା ଯେତେବେଳେ ପରସ୍ପର ସମ୍ମୁଖୀନ ହେଲେ ସେତେ ବେଳେ ଅର୍ଜୁନଙ୍କର ସାରଥୀ ଶ୍ରୀକୃଷ୍ଣ ରଥକୁ ନେଇ ଦୁଇସେନାଙ୍କ ମଧ୍ୟଭାଗରେ ଛିଡା କରିଦେଲେ ।
ଯେଉଁଠି ଅର୍ଜୁନ ସିଧାସଳଖ ଭୀଷ୍ମ ପିତାମହ , ଗୁରୁ ଦ୍ରୋଣଚର୍ୟ୍ୟ ,କୃପଚାର୍ୟ୍ୟ ଏବଂ ନିଜ ଭାଇ,ସମ୍ପର୍କୀୟଙ୍କ ସମ୍ମୁଖରେ ଛିଡା ହୋଇପାରିବେ। ଅର୍ଜୁନ ଏସବୁ ଦେଖି ହଡ଼ବଡ଼ଇ ଗଲେ।ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଈଁ ନିଜର ଅକ୍ଷମତା ପ୍ରକାଶ କରିଲେ । ଯୁଦ୍ଧରେ ନିଜ ସାଙ୍ଗ, ସାଥୀ ମାନଙ୍କର ମୃତ୍ୟ ହୋଇଯିବା ଜାଣି ଅତି ମନଦୁଃଖରେ ସେ ଯୁଦ୍ଧ କରିପାରିବେନି ବୋଲି ସଖା କୃଷ୍ଣଙ୍କୁ ଜଣାଇଲେ । ଅର୍ଜୁନ ଯୁଦ୍ଧ କ୍ଷେତ୍ରରେ ଅତ୍ୟନ୍ତ ବିଷାଦଗ୍ରସ୍ତ ଅବସ୍ଥାରେ ହିଁ ଥିଲେ । ଏପରି ଯୁଦ୍ଧର କୌଣସି ମୁଲ୍ୟା ନାହିଁ ଆଉ ଏପରି ବିଜୟକୁ ନେଇ କୌଣସି ଭାବରେ ସେ କୌଣସି ଖୁସି ମନେଇପାରିବେ ନାହିଁ ବୋଲି ନିଜ ମନର କଥା କହିଲେ ।ଏହା କହି ସେଇ ଯୁଦ୍ଧ ଭୂମିରେ ନିଜର ଅସ୍ତ୍ର ଶସ୍ତ୍ରକୁ ରଖି ଦେଇ ପ୍ରଭୁ କୃଷ୍ଣ ଙ୍କର ଉପଦେଶ ବା ପରାମର୍ଷ ନେବାକୁ ଚାହିଁଲେ ।
ଏହିସବୁ କାରଣ ପାଇଁ ସେତେବେଳେ ଅର୍ଥାତ ଆଜିକୁ ୫୦୦୦ ବର୍ଷ ତଳେ ଗୀତାର ଆବିର୍ଭାବ ଘଟିଥିଲା। ଭଗବାନ ଶ୍ରୀକୃଷ୍ଣ, ଅର୍ଜୁନଙ୍କୁ ଯେଉଁ ଉପଦେଶ ଦେଲେ ତାହାକୁ ପରବର୍ତ୍ତୀ ସମୟରେ ମହର୍ଷି ବ୍ୟାସ ଲିପିବଦ୍ଧ କରିଥିଲେ । ଗୀତା ଆମ ଜୀବନ ଦର୍ଶନର ଏକ ମହାନ ଗ୍ରନ୍ଥ।
ଗୀତାର ଉପଦେଶ ଅନୁସାରେ ଭଗବାନ କୃଷ୍ଣ, ଅର୍ଜୁନଙ୍କୁ କହିଲେ ଯେ, ତୁମର ଶତ୍ରୁ ତ ମାନବ ଶରୀର ଅଟେ । ତୁମେ ତ ଶରୀରକୁ ଅନ୍ତ କରିବ, ଆତ୍ମା କୁ ନୁହେଁ । ମୃତ୍ୟୁ ପରେ ସବୁ ଆତ୍ମା ପରମାତ୍ମା ଙ୍କ ସହ ବିଲୀନ ହୋଇଯିବ । ଶରୀରର ମୃତ୍ୟୁ ଅଛି କିନ୍ତୁ ଆତ୍ମା ଅମର ଅଟେ । ଆତ୍ମା କୁ କିଏ ବି ମାରିପାରିବ ନାହିଁ କି ନଷ୍ଟ ବି କରିପାରିବ ନାହିଁ।ପୁଣି ଏଇ ସମୟ ରେ ଶ୍ରୀକୃଷ୍ଣ ପରମତତ୍ୱର ସେଇ ପ୍ରକୃତିକୁ ଦର୍ଶନ କରାଇଲେ ଯେଉଁଥିରେ ପୁରା ବ୍ରହ୍ମାଣ୍ଡ ରହିଛି।ଅର୍ଥାତ ନିଜର ବିରାଟ ରୁପକୁ ଅର୍ଜୁନଙ୍କୁ ଦେଖାଇଲେ । ଏହାର କାରଣ ଥିଲା ଯେ, ଅର୍ଜୁନ ବିଧିର ବିଧାନ ଓ ନିର୍ଦେଶକୁ ଜାଣିବା ଉଚିତ ।
ଜ୍ଞାନ, ଭକ୍ତି ଓ କର୍ମ ଯୋଗର ଏଇ ସାରକୁ ଅର୍ଜୁନ ବୁଝିସାରିବା ପରେ ଯୁଦ୍ଧପାଇଁ ପ୍ରସ୍ତୁତ ହେଲେ। ଯେଉଁ ଦିନ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଲେ ସେଇଦିନକୁ ଗୀତାଜୟନ୍ତୀ ରୂପରେ ପାଳନ କରାଯାଇ ଆସୁଛି। ଏହି ପବିତ୍ର ତିଥି ଟି ଥିଲା ମାର୍ଗଶୀର ମାସର ଶୁକ୍ଳପକ୍ଷ ଏକାଦଶୀ ତିଥି ମତାନ୍ତରେ ତ୍ରୟୋଦଶୀ ତିଥି ଯାହାକୁ ଅନଙ୍ଗ ତ୍ରୟୋଦଶୀ ତିଥି କୁହାଯାଏ। ବିଶେଷ ଭାବରେ ଆମ ଓଡିଶାରେ ସର୍ବତ୍ର ଏହି ଅନଙ୍ଗ ତ୍ରୟୋଦଶୀ ତିଥିରେ ପବିତ୍ର ଗୀତା ଜୟନ୍ତୀ ପାଳନ କରାଯାଇଥାଏ। ଶ୍ରୀମଦ ଭଗବଦ ଗୀତା ହେଉଛନ୍ତି ସାକ୍ଷାତ ଭଗବାନ ଙ୍କ ବଂମୟୀମୂର୍ତ୍ତୀ। ଏହି ମାନବ ଜୀବନ ର ପ୍ରକୃଷ୍ଟ ମାର୍ଗଦର୍ଶିକା।