ବିଜେଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ | News Room Odisha

ବିଜେଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁବନେଶ୍ୱର – ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସରେ ଓଡ଼ିଶାର ଜନସାଧାରଣଙ୍କ ସହ ଦଳର ସମସ୍ତ କର୍ମୀ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କ ଅକୁଣ୍ଠ ସମର୍ଥନ ଓ ମହାପ୍ରଭୁଙ୍କ ଆଶୀର୍ବାଦ ବିଜେଡିକୁ ଶ୍ରେଷ୍ଠ ଆଞ୍ଚଳିକ ଦଳ ଭାବେ ଏକ ଆନ୍ଦୋଳନରେ ପରିଣତ କରିଛି। ଏହି ସମ୍ପର୍କକୁ ଆହୁରି ମଜଭୁତ କରି ନୂଆ ଓଡ଼ିଶା ଗଠନରେ ଭାଗିଦାର ହେବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।