ସମ୍ବଲପୁର ଜିଲ୍ଲା ଯୁବ ବିଜେଡି ପକ୍ଷରୁ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳିତ | News Room Odisha

ସମ୍ବଲପୁର ଜିଲ୍ଲା ଯୁବ ବିଜେଡି ପକ୍ଷରୁ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲା ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ଲକ୍ଷ୍ମୀ ଟକିଜ୍ ଛକଠାରୁ ଜିଲ୍ଲା ସ୍କୁଲ ଛକ ପର୍ଯ୍ୟନ୍ତ ଏକ ଗଣ ଦୌଡ ଅନୁଷ୍ଠିତ ହୋଇଥିଲା । ଏହି ଦୌଡରେ ଶତାଧିକ ଯୁବକ ଓ ଛାତ୍ରମାନେ ନିଜକୁ ସାମିଲ କରି ବିଜୁ ଜନତା ଦଳ ପ୍ରତି ନିଜର ଆନୁଗତ୍ୟ ପ୍ରକାଶ କରିଥିଲେ । ଏହାପରେ ସ୍ଥାନୀୟ ପାନ୍ଥନିବାସ ଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଶିବିରକୁ ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ରାଜେଶରାଜ ସ୍ବାଇଁ, ଜିଲ୍ଲା ଯୁବ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଜିଲ୍ଲା ଛାତ୍ର ସଭାପତି ଶୁଭ୍ରାଶୁଂ ପାଢ଼ୀ, ରାଜ୍ୟ ଛାତ୍ର ସମ୍ପାଦକ ଅନମୋଲ କୁମାର ଦାଶ, ସମ୍ବଲପୁର ଜୋନ୍ ଯୁବ ସଭାପତି ଦେବାଶିଷ ପରିଡା, ସମ୍ବଲପୁର ଜୋନ୍ ଛାତ୍ର ସଭାପତି ମିଲନ ହୋତା, ଜୋନ୍ ଉପସଭାପତି ସୁଧିର ପଣ୍ଡା, ସମ୍ବଲପୁର ମହାନଗର ଯୁବ ସଭାପତି ନିଶାନ୍ତ ବହିଦାର, ଯୁବ ସମ୍ପାଦକ ଦିନେଶ ସେଠ୍, ଜିଲ୍ଲା ଯୁବ ସମ୍ପାଦକ ମଞ୍ଜୁ ଓରାମ, ଜୋନ୍ ସାଧାରଣ ସମ୍ପାଦକ ରାଜେଶ ପଣ୍ଡା, ଚୁମନ ପ୍ରଧାନ, ସଞ୍ଜୟ ଓରାମ, ସଦାନନ୍ଦ ଦାସ, ସୋମ ପ୍ରକାଶ ବେହେରା ପ୍ରମୁଖ ସଂଯୋଜନା କରିଥିଲେ । ଉଭୟ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ତଥା ବିଧାୟକ ରୋହିତ ପୂଜାରୀ, ପୂର୍ବତନ ଜିଲ୍ଲା ସଭାପତି ବିଜୟ ମହାନ୍ତି, ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜିକା କବିତା ପୁରୋହିତ, ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସ, କେନ୍ଦୁପତ୍ର ବୋର୍ଡ ଉପଦେଷ୍ଟା ସଞ୍ଜିତ ମହାନ୍ତି, କାଳିଆ ଯୋଜନା ଉପଦେଷ୍ଟା ସଞ୍ଜୟ ବାବୁ, ଜିଲ୍ଲା ଉପସଭାପତି ବସନ୍ତ ମିଶ୍ର, ସୁରୁ ବାବୁ ମେହେର, ଜିଲ୍ଲା ମହିଳା କାର୍ଯ୍ୟକାରୀ ସଭାପତି ଉଷା ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ । ଶିବିରରେ ସର୍ବମୋଟ ୧୦୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।