ଲାଞ୍ଚ ନେବାବେଳେ ଧରାପଡ଼ିଲେ ଯାଜପୁର ଜିଲ୍ଲା ମଙ୍ଗଳ ବିଭାଗର ବରିଷ୍ଠ କିରାଣୀ | News Room Odisha

ଲାଞ୍ଚ ନେବାବେଳେ ଧରାପଡ଼ିଲେ ଯାଜପୁର ଜିଲ୍ଲା ମଙ୍ଗଳ ବିଭାଗର ବରିଷ୍ଠ କିରାଣୀ

ଯାଜପୁର – ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ କିରାଣୀ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଜିଲ୍ଲା ମଂଗଳ ବିଭାଗର ଭାରପ୍ରାପ୍ତ ବରିଷ୍ଠ କିରାଣୀ ସୁବ୍ରତ କୁମାର କାନୁନଗୋ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ହରିଜନ ଓ ଆଦିବାସୀ ଅନୁକମ୍ପା ରାଶି ବିଲ୍‌ ପାସ କରାଇଦେବା ପାଇଁ ୧୦ ହଜାର ଲାଞ୍ଚ ନେବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ।
ଟୁନିଆ ଜେନା ନାମକ ଜଣେ ଅନୁସୂଚିତ ଜାତିର ମହିଳାଙ୍କୁ ସରକାରଙ୍କ ପକ୍ଷରୁ ଜିଲ୍ଲା ମଙ୍ଗଳ ବିଭାଗ ନିକଟକୁ ୭୫ ହଜାର ଟଙ୍କାର କ୍ଷତିପୂରଣ ଅନୁକମ୍ପା ରାଶି ଆସିଥିଲା। ତେବେ ଏହାକୁ ପାସ କରାଇବା ପାଇଁ କିରାଣୀ ୨୫ ହଜାର ଟଙ୍କା ଦାବି କରିଥିଲେ। ପୂର୍ବରୁ ସେ ୧୫ ହଜାର ଟଙ୍କା ନେଇଥିଲେ । ଆଜି ସେ ଆଉ ୧୦ ହଜାର ଟଙ୍କା ଦାବି କରିଥିଲେ। ଲାଞ୍ଚ ନେବାବେଳେ ଯାଜପୁର ଭିଜିଲାନ୍ସ ଟିମ ଚଢ଼ାଉ କରି ତାଙ୍କୁ ଗିରଫ କରିଛି।