୫-ଟି ଅଧ୍ୟକଙ୍କ ଭଦ୍ରକ ଜିଲ୍ଲା ଗସ୍ତ , ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା  | News Room Odisha

୫-ଟି ଅଧ୍ୟକଙ୍କ ଭଦ୍ରକ ଜିଲ୍ଲା ଗସ୍ତ , ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା 

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଭଦ୍ରକ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସାଧାରଣ ଜନତାଙ୍କ ସହ ଆଲୋଚନା କରିଛନ୍ତି।

୫-ଟି ଅଧ୍ୟକ୍ଷ ୪୮ କୋଟି ଟଙ୍କା ବ୍ୟୟରେ ଚାଲିଥିବା ଆରଡ଼ି ଆଖଣ୍ଡଳମଣି ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ବିଭିନ୍ନ ମେଗା ପ୍ରକଳ୍ପ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ। ଚାନ୍ଦବାଲି ପାଇଁ ୮୯୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଭଦ୍ରକ ରିଂ ରୋଡ୍, ଆଖୁଆପଦାଠାରେ ଇଣ୍ଟିଗ୍ରେଟେଡ୍ ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର, ଭଦ୍ରକରେ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ, ନୂଆ ଡିଏଚଏଚ ଓ ଏମସିଏଚ ନିର୍ମାଣ, ବାସୁଦେବପୁରରେ ଚୂଡ଼ାମଣି ହାର୍ବର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ। ଏହାଛଡା ଧାମରା ଜେଟିର ଉନ୍ନତିକରଣ କାର୍ଯ୍ୟ ର ମଧ୍ୟ ସେ ସମୀକ୍ଷା କରିଛନ୍ତି।

ପରେ ଜିଲ୍ଲାର ତିନିଟି ଗୁରୁତ୍ୱପୂର୍ଣ୍ଣ ପୋଲ ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ ୫-ଟି ଅଧ୍ୟକ୍ଷ। ଧନକନିଆରେ ସାଳନ୍ଦୀ ନଦୀ ଉପରେ ପୋଲ, କେନ୍ଦୁଆପଦାରେ ରେଳ ଓଭରବ୍ରିଜ ,ପଞ୍ଚୁଟିକିଟିରେ ମନ୍ତେଇ ନଦୀ ଉପରେ ପୋଲ ନିର୍ମାଣ ପ୍ରକଳ୍ପର ସମୀକ୍ଷା କରିଥିଲେ କାର୍ତ୍ତିକ ପାଣ୍ଡିଆନ। ଭଦ୍ରକ ଜିଲ୍ଲାକୁ ଶେଷ ଥର ପାଇଁ ଗସ୍ତ ବେଳେ ଏସବୁ ପୋଲ ନିର୍ମାଣ ପାଇଁ ପାଣ୍ଡିଆନଙ୍କୁ ଅନୁରୋଧ କରାଯାଇଥିଲା ।

ଆରଡ଼ି, ଅସୁରାଳି ଓ ଭଦ୍ରକର ମ୍ୟୁନିସିପାଲିଟିରେ ଲୋକଙ୍କ ସହ ବିଚାରବିମର୍ଶ କରିଥିଲେ ୫-ଟି ଅଧ୍ୟକ୍ଷ। ସେ ଆପତ୍ତି ଅଭିଯୋଗ ଶୁଣିବା ସହ ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।