ପ୍ରକାଶ ପାଇଲା ଓଜେଏସ ପରୀକ୍ଷା ଫଳ, ୫୫ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ସୁଶ୍ରୀତା ମିଶ୍ର ଟପ୍ପର | News Room Odisha

ପ୍ରକାଶ ପାଇଲା ଓଜେଏସ ପରୀକ୍ଷା ଫଳ, ୫୫ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ସୁଶ୍ରୀତା ମିଶ୍ର ଟପ୍ପର

ଭୁବନେଶ୍ୱର -ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ୍ ସର୍ଭିସ -ଓଜେଏସ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ମୋଟ ୫୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୩୯ ଜଣ ଝିଅ ଅଛନ୍ତି । ପ୍ରଥମ ୧୦ଟି ସ୍ଥାନରେ ୮ ଜଣ ଅଛନ୍ତି ଝିଅ । ସୁଶ୍ରୀତା ମିଶ୍ର ଓଜେଏସ ଟପ୍ପର୍ ହୋଇଛନ୍ତି ।

କୃତକାର୍ଯ୍ୟ ହୋଇଥିବା ପ୍ରଥମ ୧୦ ଜଣ ହେଲେ- ସୁଶ୍ରୀତା ମିଶ୍ର, ନୀଲିଶା ପଟ୍ଟନାୟକ, ଅନନ୍ୟା ମିଶ୍ର, ରାଣୀରଂଜିତା ପଟ୍ଟନାୟକ, ଲୋପାମୁଦ୍ରା ଆଚାର୍ଯ୍ୟ, ହର୍ଷିତା ମିଶ୍ର, ପ୍ରଜ୍ଞା ସୁମନ ମହାପାତ୍ର, ଏସ୍.ଆର.ତୋଷାଳି, ସତ୍ୟଜିତ ପାଣି, ଲଳିତେନ୍ଦୁ ଦେବତା ।