ବାଟଓଷା ବା ଦାଣ୍ଡପହଁରା ଓଷା ପୌଷମାସ କୃଷ୍ଣ ଦ୍ୱିତୀୟା ତିଥିରେ ପାଳନ କରାଯାଏ । ଏହି ଓଷା ଯମରାଜାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ । ପ୍ରତ୍ୟେକ ମାଆମାନେ ନିଜ ପୁତ୍ରମାନେ ଦୀର୍ଘାୟୁ ହେବା ନିମନ୍ତେ ରାତିରେ ଉପବାସ ରହି ବଜ୍ରମୂଳି ଗଛରେ ଦାଣ୍ଡ ପହଁରି ନିଜ ନିଜର ପୁତ୍ରମାନଙ୍କୁ ଝାଡ଼ିଥାନ୍ତି । ଇନ୍ଦ୍ରଙ୍କର ଅମୋଘ ଅସ୍ତ୍ର ହେଉଛି ବଜ୍ର । ସେଥିପାଇଁ ପ୍ରବାଦ ଅଛି-ମାତାମାନେ ନିଜ ସନ୍ତାନର ଦୀର୍ଘଜୀବନ କାମନା କରି ଓଷା ମଣ୍ଡପର ଚତୁର୍ପାଶ୍ୱକୁ ବଜ୍ରମୂଳିରେ ପହଁରିବା ପରେ ସେଥିରେ ସନ୍ତାନମାନଙ୍କୁ ଝାଡ଼ିଥାନ୍ତି ।
ପୌଷକୃଷ୍ଣ ଦ୍ବିତୀୟାରେ ପାଲିତ ହେଉଥିବା ‘ଦାଣ୍ଡପହଁରା’ ବା ବାଟଓଷା ସତ୍ୟ, ଧର୍ମ ଓ ନ୍ୟାୟର ଦେବତା ଯମରାଜଙ୍କ ଉଦ୍ଦେଶ୍ୟରେ ପାଳନ କରା ଯାଏ। ଏହା ବାଟ ବା ଦାଣ୍ଡରେ ପାଳନ କରାଯାଉ ଥିବାରୁ ଏହାର ନାମକରଣ ଏଭଳି କରାଯାଇଛି। ପଣ୍ଡୁ ପୂର୍ଣ୍ଣିମାର ତିନି ଦିନ, ସାତ ଦିନ ବା ନଅ ଦିନ ପରେ ଏହା ପଡ଼ିଥାଏ।
ଯମଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ଏହି ଓଷାକୁ ପାଳନ କରାଯାଏ। ସନ୍ତାନଙ୍କ ଦୀର୍ଘ ଜୀବନ କାମନା କରି ମାଆମାନେ ଏହାକୁ ପାଳନ କରନ୍ତି। ଓଷା ମଣ୍ଡପର ଚତୁଃପାର୍ଶ୍ବକୁ ବଜ୍ରମୂଳିରେ ପହଁରା କରିବା ପରେ ସେଥିରେ ସନ୍ତାନକୁ ଝଡ଼ାଯାଏ। ପୌରାଣିକ କିମ୍ବଦନ୍ତୀ ଅନୁସାରେ, କୋଶଳ ଦେଶର ରାଜା ସୁଦର୍ଶନ ଏବଂ ରାଣୀ ଲୀଳାବତୀଙ୍କ ପୁତ୍ର ସନ୍ତାନ ନଥିବାରୁ ମନସ୍ତାପରେ ଥିଲେ। ତେବେ ବ୍ରାହ୍ମଣ ଓ ଜ୍ୟୋତିଷ ଦାଣ୍ଡପହଁରା ବା ବାଟଓଷା କରି ଯମଙ୍କୁ ସନ୍ତୁଷ୍ଟ କଲେ ପୁତ୍ରପ୍ରାପ୍ତି ହେବ ବୋଲି ପରାମର୍ଶ ଦେଇଥିଲେ। କିଛିଦିନ ପରେ ଓଷା କରିଥିବା ରାଜ୍ୟର ଗୃହିଣୀମାନଙ୍କଠାରୁ ପ୍ରସାଦ ପାଇ ରାଣୀ ବୀରସେନ ନାମକ ପୁତ୍ରସନ୍ତାନ ପ୍ରାପ୍ତ କରିଥିଲେ। କିନ୍ତୁ ପୁତ୍ର ପ୍ରାପ୍ତି ପରେ ରାଣୀ ଆଉ ବାଟଓଷା କଲେ ନାହିଁ।
ଫଳରେ ଯମ ବୀରସେନଙ୍କୁ ଅପହରଣ କରି ନେଇଥିଲେ। ଏହାପରେ ବୀରସେନଙ୍କୁ ମାରି ରୋଷେଇ କରି ଖାଇବାକୁ ଦେବାକୁ ମା’ଙ୍କୁ କହିଥିଲେ। ତେବେ ଯମ ଗାଧୋଇ ଯିବା ସମୟରେ ଯମଙ୍କ ମାତା ବୀରସେନଙ୍କୁ ନାକରେ କାଠି ପୂରାଇ ଛିଙ୍କିବା ପାଇଁ କହିଥିଲେ। ବୀରସେନ ମଧ୍ୟ ସେଭଳି କରିଥିଲେ। ଶେଷରେ ଯମଦେବ ବୀରସେନଙ୍କୁ ନ ମାରି ବାଟଓଷା ନ କଲେ ପୁନର୍ବାର ନେଇଯିବେ ବୋଲି ବୀରସେନଙ୍କ ମାତାଙ୍କୁ କହି ଘରେ ଛାଡ଼ି ଦେଲେ। ଏହାପରେ ରାଣୀ ରାଜଗୃହରେ ଯମଦେବଙ୍କ ବାଟଓଷା କରି ଦାଣ୍ଡପହଁରି ପୁତ୍ରର ଦୀର୍ଘ ଜୀବନ କାମନା କରିଥିଲେ।