ପାରଳା ଓ କାଶୀନଗର ଶ୍ରୀଜଗନ୍ନାଥ ମନ୍ଦିରକୁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ନିମନ୍ତ୍ରଣ | News Room Odisha

ପାରଳା ଓ କାଶୀନଗର ଶ୍ରୀଜଗନ୍ନାଥ ମନ୍ଦିରକୁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ନିମନ୍ତ୍ରଣ

ପାରଳାଖେମୁଣ୍ଡି: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ଯୋଗ ଦେବେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଓ କାଶୀନଗର ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ ଓ କର୍ମକର୍ତ୍ତା। ପୁରୀରୁ ଆସିଥିବା ସେବାୟତ ସତ୍ୟଶିବ ସୁନ୍ଦର ଚ୍ୟାଉପଟ୍ଟନାୟକ, ସୁଭାଷ ଚନ୍ଦ୍ର ମହାନ୍ତି ଓ ନୋଡାଲ୍ ଅଧିକାରୀ ସ୍ୱରୂପ କୁମାର କରଙ୍କୁ ପାରଳାଖେମୁଣ୍ଡିସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଭବ୍ୟ ସ୍ବାଗତ କରାଯାଇଥିଲା। ସେଠାରେ ପାରଳା ଓ କାଶୀନଗର ଶ୍ରୀଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେବା ସହ ସଂକୀର୍ତ୍ତନ, ବୀର ବାଦ୍ୟ, ଓଡ଼ିଶୀ ନୃତ୍ୟ ଜରିଆରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ ସହ ଗୁଣ୍ଡିଚାବାଡି ମନ୍ଦିରରୁ ପାଛୋଟି ନିଆଯାଇଥିଲା। ପରେ ଶ୍ରୀଜଗନ୍ନାଥ ମନ୍ଦିରରେ ଏକ ସାଧାରଣ ସଭା ହୋଇଥିଲା। ଗଜପତି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଡ. ଗୁଣନିଧି ନାୟକ ଗଜପତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ରାଜପରିବାରର ମହାଦେଇ କଲ୍ୟାଣୀ ଗଜପତି, ପୌରାଧ୍ୟକ୍ଷା ନିର୍ମଳା ସେଠୀ, ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ମଞ୍ଚାସୀନ ଥିଲେ।