ଜାମ୍ମୁ ଓ କାଶ୍ମୀରର ନୂଆ ଡିଜିପି ଦାୟିତ୍ବରେ ଓଡ଼ିଆ ପୁଅ | News Room Odisha

ଜାମ୍ମୁ ଓ କାଶ୍ମୀରର ନୂଆ ଡିଜିପି ଦାୟିତ୍ବରେ ଓଡ଼ିଆ ପୁଅ

ଭୁବନେଶ୍ୱର – ଓଡ଼ିଆ ପୁଅ ସମ୍ଭାଳିବେ ଜାମ୍ମୁ କାଶ୍ମୀରର ଆଇନ୍ ଶୃଙ୍ଖଳା ଦାୟିତ୍ବ । ଜାମ୍ମୁ ଓ କାଶ୍ମୀରର ନୂଆ ଡିଜିପି ଭାବେ ଓଡ଼ିଆ ପୁଅ ରଶ୍ମିରଞ୍ଜନ ସ୍ୱାଇଁଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଅକ୍ଟୋବର ୩୧ ତାରିଖରେ ଦାୟିତ୍ବ ଗ୍ରହଣ କରିବେ । ରଶ୍ମିରଞ୍ଜନ ସ୍ୱାଇଁ ହେଉଛନ୍ତି ୧୯୯୧ ବ୍ୟାଚ ଆଇପିଏସ ଅଫିସର । ସେ ଅନେକ ପଦପଦବୀରେ ରହି ଆସିଛନ୍ତି । ଜଣେ ନିଷ୍ଠାବାନ ଓ ସଚ୍ଚୋଟ ପୋଲିସ ଅଫିସର ଭାବେ ସେ ଜଣାଶୁଣା । ସେ ଶ୍ରୀନଗର ଓ ଜାମ୍ମୁର ଏସଏସପି ଦାୟିତ୍ବରେ ରହିଥିଲେ । ସ୍ୱାଇଁ ୧୫ ବର୍ଷ କେନ୍ଦ୍ରୀୟ ଡେପୁଟେସନରେ ମଧ୍ୟ ଥିଲେ । ଦିଲବାଗ ସିଂହଙ୍କ ସ୍ଥାନରେ ରଶ୍ମିରଞ୍ଜନ ସ୍ୱାଇଁଙ୍କୁ ଡିଜିପି ଭାବେ ନିଯୁକ୍ତ କରାଯାଇଛି।