ଆଜି ବସିବ ବର୍ଷର ଶେଷ କ୍ୟାବିନେଟ ବୈଠକ | News Room Odisha

ଆଜି ବସିବ ବର୍ଷର ଶେଷ କ୍ୟାବିନେଟ ବୈଠକ

ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ବସିବ କ୍ୟାବିନେଟ ବୈଠକ । ଲୋକସେବା ଭବନରେ ବସିବ ବିଦାୟୀ ବର୍ଷର ଶେଷ କ୍ୟାବିନେଟ ବୈଠକ । ନୂଆ ବର୍ଷ ପୂର୍ବରୁ କିଛି କ୍ୟାବିନେଟ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି । ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିବା ସମ୍ଭାବନା ରହିଛି। ବିଭିନ୍ନ ସରକାରୀ କର୍ମଚାରୀ ସଂଗଠନ ପକ୍ଷରୁ କରାଯାଇଥିବା ବିଭିନ୍ନ ଦାବି ସମ୍ପର୍କରେ ମଧ୍ୟ ଆଜିର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହେବା ସମ୍ଭାବନା ର‌ହିଛି ।