ଡକ୍ଟର ମନୋରମା ମହାନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ | News Room Odisha

ଡକ୍ଟର ମନୋରମା ମହାନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର – ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଭାବେ ଡକ୍ଟର ମନୋରମା ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ଅହମ୍ମଦାବାଦ ପାଣିପାଗ କେନ୍ଦ୍ରର ମୁଖ୍ୟ ଥିବା ଡକ୍ଟର ମନୋରମାଙ୍କୁ ପଦୋନ୍ନତି ସହ ନୂଆ ନିଯୁକ୍ତି ଦିଆଯାଇଛି। ଏ ନେଇ କେନ୍ଦ୍ର ପୃଥିବୀର ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଡକ୍ଟର ମନୋରମା, ଏଚ. ଆର ବିଶ୍ୱାସଙ୍କ ସ୍ଥାନ ନେବେ । ବିଶ୍ୱାସଙ୍କୁ କୋଲକାତା ବଦଳି କରାଯାଇଛି। ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ମନୋରମା ମହାନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ‌ହାସଲ କରିବା ପରେ ଭାରତୀୟ ପାଣିପାଗ ବିଭାଗ -ଆଇଏମଡିରେ ଯୋଗ ଦେଇଥିଲେ।